ଟୋକିଓ ଅଲିମ୍ପିକ୍ସରେ ଦୂତିଙ୍କ ବିଫଳତା ପରେ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଦୂତି ଚାନ୍ଦ । ଦୂତି ହାରିବା ପରେ ତାଙ୍କ ପରିବାର ଲୋକଙ୍କ ସାକ୍ଷାତକାର ନେବା ଏବଂ ସେସବୁ ଦୂତିଙ୍କୁ ଜଣାଇ ପଇସା ମାଗିବା ଭଳି ହୀନ ଉଦ୍ୟମ କରିଛି ଏକ ୱେବ ଚ୍ୟାନେଲ । ଦୂତି କରିଥିବା ଅଭିଯୋଗ ଅନୁଯାୟୀ, ଏହି ୱେବ ଚ୍ୟାନେଲ ରିପୋର୍ଟର ମୋ ବାପା, ମା’ଙ୍କୁ ବାଧ୍ୟକରି ମୋ ବିରୋଧରେ ଖବର ସଂଗ୍ରହ କରିଛନ୍ତି ନିର୍ଦ୍ଧିଷ୍ଟ ଗଣମାଧ୍ୟମର ସାମ୍ବାଦିକ । ସେହି ଖବରକୁ ପ୍ରସାରିତ କରିବାର ଭୟ ଦେଖାଇ ଏକ ଲକ୍ଷ ଟଙ୍କା ଲାଂଚ ମାଗୁଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ଦୂତି । ଏପରିକି ତାଙ୍କ ବାପା ମାଙ୍କ ପାଖରେ ବିନା ମାସ୍କରେ ବସି ଖବର ସଂଗ୍ରହ କରିବାକୁ ନିନ୍ଦା କରିଛନ୍ତି ଦୂତି ।

LEAVE A REPLY

Please enter your comment!
Please enter your name here