ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 3388 ରେ ପହଞ୍ଚିଥିବା ବେଳେ ଆଜି 42 ଜଣ ଆଖି ବୁଜିଛନ୍ତି । ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି । ତେବେ ଅଢେଇ ହଜାରରୁ ଅଧିକ ସଂକ୍ରମଣ ତାଲିକାରେ ପାଞ୍ଚଟି ଜିଲ୍ଲା ରହିଛି । ସେଗୁଡିକ ହେଲା ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ବର ଓ ମୟୁରଭଞ୍ଜ । ସେହିପରି 1 ହଜାରରୁ ଅଢେଇ ହଜାର ସଂକ୍ରମଣ ଥିବା ଜିଲ୍ଲା ମଧ୍ୟରେ ରହିଛି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ନୟାଗଡ, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ, ବରଗଡ, ନବରଙ୍ଗପୁର ଓ କୋରାପୁଟ । ଅବଶିଷ୍ଟ 13ଟି ଜିଲ୍ଲାରେ ସବୁଠୁ କମ୍ ସଂକ୍ରମଣ ରହିଛି । ଏକ ହଜାରରୁ କମ୍ ସଂକ୍ରମଣ ଥିବା ଜିଲ୍ଲାଗୁଡିକ ହେଉଛି, କେନ୍ଦୁଝର, ଦେବଗଡ, ସମ୍ବଲପୁର, ଝାରସୁଗୁଡା, କଳାହାଣ୍ଡି, ସୋନପୁର, ବଲାଙ୍ଗର, କନ୍ଧମାଳ, ନୂଆପଡା, ରାୟଗଡା, ଗଞ୍ଜାମ, ଗଜପତି ଓ ମାଲକାନଗିରି । ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଥିବାରୁ ଏବେ କୋଭିଡ ହସପିଟାଲ ଉପରେ ଚାପ ମଧ୍ୟ କମିବାରେ ଲାଗିଛି । ତେବେ ଆସନ୍ତା 17 ତାରିଖ ଯାଏଁ ସରକାର ଲକଡାଉନ ଘୋଷଣା କରିଥିଲେ ସଂକ୍ରମଣ କମୁଥିବାରୁ ଲକଡାଉନ କୋହଳ ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here