ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରାଣାଳୟ ଦାୟିତ୍ବ ଗ୍ରହଣ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆ ଶିକ୍ଷା ନୀତିରେ ନୂଆ ପିଢୀ ପାଇଁ ନୂତନ ମାର୍ଗ ପ୍ରସ୍ତୁତ ହେବ ବୋଲି କହିଛନ୍ତି । ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ନୂଆ ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ବୈଷୟିକ ଅନୁଷ୍ଠାନ ଆଇଆଇଏସସି ବାଙ୍ଗାଲୋର, ଆଇଆଇଟି ବମ୍ବେ, ଆଇଆଇଟି ମାଡ୍ରାସ, କାନପୁରର ନିର୍ଦ୍ଦେଶକମାନଙ୍କ ସହ ନୂଆ ଜାତୀୟ ଶିକ୍ଷାନୀତି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଶିକ୍ଷାର୍ଥୀ ମାନଙ୍କ ଆବଶ୍ୟକତା ଅନୁଯାୟୀ, ଶିକ୍ଷାର ସୁଯୋଗ ପ୍ରଦାନ କରିବାରେ ସକ୍ଷମ ହେଉଥିବା ଶିକ୍ଷା ମଡେଲ ଗୁଡିକୁ ଆଗେଇ ନେବାର ଆବଶ୍ୟକ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶିକ୍ଷାର ଉପଲବ୍ଧି , ସୁଲଭ ମୁଲ୍ୟରେ ଶିକ୍ଷା , ଶିକ୍ଷାରେ ସମ୍ମାନତା ତଥା ଗୁଣାତ୍ମକ ଶିକ୍ଷା ଯୋଗାଇବା ଭଳି ଶିକ୍ଷା ମଡେଲ ଗୁଡିକର ମୂଳଲକ୍ଷ୍ୟ ହେବା ଉଚିତ୍ । ଏହି ଆଲୋଚନାରେ ସାମିଲ ହୋଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦେଶରେ ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନୂଆ ଶିକ୍ଷାନୀତି ଉପସ୍ଥାପନ କରାଯାଇଛି । ନୂଆ ଶିକ୍ଷାନୀତିକୁ କେବଳ ଦେଶ ନୁହେଁ ବିଶ୍ୱରେ ମଧ୍ୟ ସୀକୃତି ମିଳିଛି । ନୂଆ ପିଢୀକୁ ଗବେଷଣା ଓ ବିକାଶ ପାଇଁ ନୂଆ ଦିଶା ଦେଖାଇବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here