ନିଜ ଅଧିକାର ମାଗୁଛନ୍ତି ଗଜରାଜ । ଖାଦ୍ୟ ନିରାପତ୍ତା ସରକାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜର ବୈଶିଙ୍ଗାରୁ ମାଣତ୍ରୀକୁ ଯାଇଥିବା ରାସ୍ତା ମୋହନପୁର ଅଞ୍ଚଳରେ । ଖାଦ୍ୟ ଅନ୍ବେଷଣରେ ଝାଡ଼ଖଣ୍ଡ ରାଜ୍ୟର ଦଲମା ଜଙ୍ଗଲରୁ ଆସିଥିବା ୬୦ରୁ ୭୦ଟିକିଆ ହାତୀପଲ ଦୀର୍ଘଦିନ ହେବ ମୟୂରଭଞ୍ଜ ଜିଲ୍ଲାରେ ପ୍ରବେଶ କରି ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ଗୁଡିକରେ ଗୋଠଛଡା ହୋଇ ରହିଛନ୍ତି । ପ୍ରତ୍ୟେକ ଦିନ ଏମାନେ ଉଦଳା ,ଦେଉଳୀ , ରାସଗୋବିନ୍ଦପୁର , ବେତନଟୀ , ବାରିପଦା , ରେଞ୍ଜ ଅଧିନରେ ଘୁରି ବୁଲୁଥିବା ଥିବାବେଳେ ରାତିରେ ଗାଁରେ ପଶି ଘରଦ୍ବାର ଭାଙ୍ଗିବା ସହ ଅନେକ ଧନଜୀବନ କ୍ଷତି କରିଚାଲିଛନ୍ତି । କେତେବେଳେ ଗାଁ ଦାଣ୍ଡରେ ତ କେତେବେଳେ ରାଜରାସ୍ତାକୁ ଅବରୋଧ କରି ଚାଲିଛନ୍ତି ଏହି ହାତୀମାନେ । ଆଜି ସକାଳୁ ଏହି ଦନ୍ତାହାତୀଟି ଗୋଠଛଡା ହୋଇ ଏକା ରାସ୍ତା ମଝିରେ ଛିଡା ହୋଇ ରହିଥିଲା । ସ୍ଥାନୀୟ ଅଞ୍ଚଳରେ ହାତୀ ପାଇଁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବନବିଭାଗ ଏମାନଙ୍କୁ ଘଉଡାଇବାରେ ବିଫଳ ହେଉଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here