ଅଶ୍ଳୀଳ ସିନେମା ତିଆରି କରୁଥିବା ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ପୋଲିସ ଗିରଫ କରି ଜେରା କରିବା ପରେ ଶିଳ୍ପାଙ୍କ ପାଳି ପଡିଛି । କ୍ରାଇମବ୍ରାଞ୍ଚ ଟିମ୍ ରାଜକୁନ୍ଦ୍ରାଙ୍କୁ ଧରି ଶିଳ୍ପାଙ୍କ ଘରେ ପହଞ୍ଚିଭା ପରେ ଉଭୟଙ୍କୁ ବସାଇ ମାରାଥନ ଜେରା କରିଛି । ଅଶ୍ଳୀଳ ସିନେମା ତିଆରି ସହ ଶିଳ୍ପାଙ୍କ ସଂପୃକ୍ତି ନେଇ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । ନୂଆ ନୂଆ ଅଭିନେତ୍ରୀଙ୍କୁ ନେଇ ଅଶ୍ଳୀଳ ସିନେମା ତିଆରି କରିବା ଏବଂ ଓଟିଟି ପ୍ଲାଟଫର୍ମରେ ଅପଲୋଡ କରି କୋଟି କୋଟି ଟଙ୍କା ଆୟ କରୁଥିବା ନେଇ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଅଭିଯୋଗ ହୋଇଛି । ପର୍ଣ୍ଣ ଫିଲ୍ମ ନିର୍ମାଣରେ ରାଜଙ୍କ ମୁଖ୍ୟ ଭୂମିକା ରହିଥିବା କଥା ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ତେବେ ଶିଳ୍ପା କହିଛନ୍ତି, ହଟସଟରେ ଯେଉଁ ଭିଡିଓ ଅଛି, ତାହା ଅଶ୍ଳୀଳ ନୁହେଁ । ଅନ୍ୟାନ୍ୟ ଓଟିଟି ପ୍ଲାଟଫର୍ମରେ ମଧ୍ୟ ଅନେକ ଅଶ୍ଲୀଳ ସିନେମା ରହିଛି ବୋଲି ସେ କହିଛନ୍ତି । କ୍ରାଇମବ୍ରାଞ୍ଚ ଶିଳ୍ପାଙ୍କ ଘରୁ ଏକ ଲାପଟପ୍ ଜବତ କରିଛି ।

ଅପରପକ୍ଷରେ ଏଭଳି ସଙ୍ଗୀନ ଅଭିଯୋଗର ବିଚାର କରି କୋର୍ଟ ରାଜ କୁନ୍ଦ୍ରାଙ୍କୁ ଆସନ୍ତା ୨୭ ଜୁଲାଇ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ସୂଚନାଯୋଗ୍ୟ ଅଶ୍ଳୀଳ ସିନେମା ତିଆରି କରୁଥିବା ଅଭିଯୋଗରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗତ ଜୁଲାଇ 19ରେ ତାଙ୍ରେକୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here