ରାଜ୍ୟରେ କରୋନା ଗ୍ରାଫ୍ ତଳମୁହାଁ ହେବାରେ ଲାଗିଛି । ପଜିଟିଭଙ୍କ ସଂଖ୍ୟା ଯଦିଓ କମୁଛି , କିନ୍ତୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିିଛି । ପ୍ରତ୍ୟେକ ଦିନ ୪୦ ଉପରେ ରହୁଛି ମୃତ୍ୟୁ ସଂଖ୍ୟା । ଆଜି ୪୪ ଜୀବନ ନେଇଛି ମହାମାରୀ କରୋନା ଭାଇରସ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କର ଜୀବନ ନେଇଛି ମହାମାରୀ କରୋନା ଭାଇରସ । ଅନୁଗୁଳ, ବରଗଡ, କଟକ. ଝାରସୁଗୁଡାରୁ ୪ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । କଳାହାଣ୍ଡି, ପୁରୀ, ରାୟଗଡା, ସୁନ୍ଦରଗଡରୁ ୩ ଲେଖାଏଁ ମୃତ । ବଲାଙ୍ଗିର, ବୌଦ୍ଧ, ମୟୂରଭଞ୍ଜରୁ ୨ ଲେଖାଏଁ ମୃତ । ଦେବଗଡ, ଢେଙ୍କାନାଳ, ଯାଜପୁରରୁ ଜଣେ ଲେଖାଏଁ ମୃତ । କେନ୍ଦ୍ରାପଡା, ସମ୍ବଲପୁରରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୩୧୬୭କୁ ବୃଦ୍ଧି ପାଇଛି ।
ସେହିପରି ଦୈନିକ ସଙ୍କ୍ରମଣ ରହିଛି ୬,୦୯୭ । କ୍ୱାରେଣ୍ଟିନ୍ ସେଣ୍ଟରରୁ ୩୪୪୬ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୨୬୫୧ । ଖୋର୍ଦ୍ଧାରୁ ସର୍ବାଧିକ ୧୦୧୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କଟକରୁ ୬୪୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର-୩୯୨, ଅନୁଗୁଳ-୨୯୫, ବରଗଡ-୧୦୭, ଭଦ୍ରକ-୨୪୬, ବଲାଙ୍ଗୀର-୭୭, ବୌଦ୍ଧ-୧୩୦, ଦେଓଗଡ-୨୮, ଢେଙ୍କାନାଳ-୭୩, ଗଜପତି-୪୮, ଗଞ୍ଜାମ-୪୫, ଜଗତସିଂହପୁର-୨୨୬, ଯାଜପୁର-୪୩୪, ଝାରସୁଗୁଡା-୪୨, କଳାହାଣ୍ଡି-୭୭, କନ୍ଧମାଳ-୧୧୨, କେନ୍ଦ୍ରାପଡା-୨୫୩, କେନ୍ଦୁଝର-୧୨୩, କୋରାପୁଟ-୧୨୬, ମାଲକାନଗିରି-୮୪, ମୟୂରଭଞ୍ଜ-୨୯୭, ନବରଙ୍ଗପୁର-୧୪୬, ନୟାଗଡ-୧୨୦, ନୂଆପଡା- ୧୭, ପୁରୀ-୨୯୧, ରାୟଗଡା-୧୨୦, ସମ୍ବଲପୁର-୧୦୧, ସୋନପୁର-୬୪, ସୁନ୍ଦରଗଡ-୨୦୮, ଷ୍ଟେଟପୁଲରୁ ୨୫୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୮ ଲକ୍ଷ ୩୭ ହଜାର ୨୨୬କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here