ଏକାଠି ପାଇଁ କାଉନସେଲିଂ । ସମାଧାନର ବାଟ ବାହାର କରିବା ପାଇଁ ଫ୍ୟାମିଲି କୋର୍ଟରେ ବର୍ଷା-ଅନୁଭବ । ବିବାହ ବିଚ୍ଛେଦ ମାମଲାରେ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଏବଂ ସାଂସଦ ଅନୁଭବ ମହାନ୍ତି । ଘଣ୍ଟାଏରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା । ମଧ୍ୟସ୍ଥତା ବନ୍ଦ ପାଇଁ ଅନୁଭବଙ୍କ ଓକିଲ ଆବେଦନ କରିଛନ୍ତି । ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରୀୟଦର୍ଶିନୀଙ୍କ ଠାରୁ ବିବାହ ବିଚ୍ଛେଦ ଚାହୁଁଥିବା ବେଳେ ଆଉ ଗୋଟିଏ ପଟେ ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀ ଛାଡପତ୍ର ଦେବାକୁ ନାରାଜ । ଉଭୟ ନିଜ ନିଜ ଜିଦ୍ ରେ ଅଟଳ ଯାହକୁ ନେଇ କୋର୍ଟରେ ଗୋଟିଏ ପରେ ଗୋଟିଏ ତାରିଖ ଗଡି ଚାଲିଛି ମାତ୍ର ସମସ୍ୟାର ସମାଧାନ ହୋଇପାରୁନି । ଆଜି ମଧ୍ୟ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମାହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀ । ପୂର୍ବରୁ କଟକ ଫ୍ରାମିଲି କୋର୍ଟରେ ଅନୁଭବ ହାଜର ହୋଇଥିବା ବେଳେ ବର୍ଷା ଅନୁପସ୍ଥିତ ରହିଥିଲେ ମାତ୍ର ବର୍ତ୍ତମାନ ଉଭୟ ପୁଣି ଥରେ କୋର୍ଟ ରୁମ ରେ ମୁହାଁମୁହିଁ ହୋଇଛନ୍ତି । କିଛି ମାସ ପୂର୍ବରୁ ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀ ସ୍ୱାମୀ ଅନୁଭବ ମାହାନ୍ତି ଓ ନିଜ ଶାଶୂଘର ଲୋକଙ୍କ ନାଁରେ ଆଣିଥିଲେ ଘରୋଇ ହିଂସାର ଅଭିଯୋଗ ।

LEAVE A REPLY

Please enter your comment!
Please enter your name here