ଏକାଥରକେ ୪ ଛୁଆଙ୍କୁ ଜନ୍ମ ଦେଇଛି ମା’ । ଏଭଳି ଏକ ବିରଳ ଘଟଣା ଘଟିଛି କଟକ ବଡ ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ । ତେବେ ଉଭୟ ମା ଏବଂ ଛୁଆ ମାନଙ୍କର ଅବସ୍ଥା ଗୁରୁତ୍ତର ରହିଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଜଣେ ପ୍ରସୂତି ବୁଧବାର ଦିନ ଏସସିବି ସ୍ତ୍ରୀ ଏବଂ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ । ଶନିବାର ଦିନ ଯନ୍ତ୍ରଣା ହେବାରୁ ବିନା ଅସ୍ତ୍ର ପ୍ରଚାରରେ ୪ଟି କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ତେବେ ଗର୍ଭ ସମୟ ପୂର୍ବରୁ ଛୁଆମାନେ ଜନ୍ମ ହୋଇଥିବାରୁ ସମସ୍ତ ନବଜାତଙ୍କ ଓଜନ ୧ କିଲୋରୁ କମ ରହିଛି । ମାଙ୍କର ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ଆଇସିଉ ଏବଂ ଛୁଆମାନଙ୍କୁ କଟକ ଶିଶୂଭବନକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here