କରୋନାରେ ଆକ୍ରାନ୍ତ ଜଟିଳ ରୋଗୀଙ୍କର ଚିକିତ୍ସା ଲାଗି ECMO ମେସିନର ଗୁୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର କଟକ ଏସସିବିରେ ଇକମୋ ମେସିନର ୬ଟି ୟୁନିଟ୍ ଖୋଲିବା ଲାଗି ଯୋଜନା କରିଛନ୍ତି । ଏନେଇ ଡିଏମଇଟି ସି.ବି.କେ ମହାନ୍ତି ସୂଚନା ଦେଇଛନ୍ତି । ଏହି ମେସିନ ଚଳାଇବା ଲାଗି ଯେଉଁ ମାନବ ସମ୍ବଳର ଆବଶ୍ୟକତା ରହିଛି ତାହାକୁ ପୂରଣ କରି ୟୁନିଟ୍ ଚାଲୁ କରାଯିବ ବୋଲି ସେ କହିଛନ୍ତି । ଆଗରୁ ଦେଶରେ ECMO ମେସିନର ସେତେଟା ବ୍ୟବହାର ନଥିବାବେଳେ ଏବେ କରୋନାରେ ସଙ୍କ୍ରମଣ ପରେ ଏହି ମେସିନର ଚାହିଦା ବଢିଛି । ତେଣୁ ଧିରେ ଧିରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ସରକାର ଯୋଜନା ରଖିଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here