ଟିକା ନେବାରୁ ଯେମିତି କେହି ବଞ୍ଚିତ ନରହିବେ । ସରକାର ସେଥିପାଇଁ ଅନେକ ବ୍ୟବସ୍ଥା କରୁଛନ୍ତି । ହେଲେ ଏମିତି କିଛି ଲୋକ ଅଛନ୍ତି ଯିଏ ଏବେବି ଟିକା ନେବାକୁ ଭୟ କରୁଛନ୍ତି । ତେବେ ଲୋକେ କେମିତି ଆଗ୍ରହ ସହ ଟିକା ନେବେ ସେଥିପାଇଁ ଗଞ୍ଚାମ ଜିଲ୍ଲା ହିଞ୍ଜିଳିରେ ନିଆରା ସଚେତନତା ଦେଖିବାକୁ ମିଳିଛି । ଡବଲ ଡୋଜ୍‌ର ଟିକା ନେଇଥିବା ବ୍ୟକ୍ତି ସଉଦା କିଣିଲେ ଗଞ୍ଚାମ ଜିଲ୍ଲା ହିଞ୍ଜିଳିରେ ଗ୍ରୋସରୀ ଦୋକାନ ମାଲିକ ଦେଉଛନ୍ତି ୫ ପ୍ରତିଶତ ରିହାତି । ହିଞ୍ଜିଳି ସହରରେ ପ୍ରାୟ ୧୦ଟି ଦୋକାନୀ ଏଭଳି ଡିସକାଉଣ୍ଟ ଦେଇ ଟିକା ନେବାକୁ ସଚେତନ କରାଉଛନ୍ତି । ଗ୍ରୋସରୀ ଦୋକାନ ସହିତ କିଛି ଲୁଗା ଦୋକାନ ବି ଏହି ଅଭିଯାନରେ ଏବେ ସାମିଲ ହୋଇଛନ୍ତି । ଗ୍ରାହକ ସାମଗ୍ରୀ କିଣିବା ପରେ ଦୁଇ ଡୋଜର କୋଭିଡ ଟିକା ନେଇଥିବା ପ୍ରମାଣ ପତ୍ର ଦେଖାଇଲେ ତାଙ୍କୁ କିଣିଥିବା ସାମଗ୍ରୀର ଦର ଉପରେ ଦୋକାନୀ ଦେଉଛନ୍ତି ୫ ପ୍ରତିଶତର ରିହାତି । ଟିକା ଦେବାକୁ ଚାହୁଁନଥିବା ବ୍ୟକ୍ତି ବ୍ୟବସାୟୀଙ୍କ ଏଭଳି ଉଦ୍ୟମ ଯୋଗୁଁ ସଚେତନ ହୋଇଥିବା ମଧ୍ୟ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here