ଠିକ୍ ସମୟରେ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପାଇଁ ଖୁବଶୀଗ୍ର ରାଜ୍ୟ ସରକାର ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇବେ । ପୌର ନିର୍ବାଚନ ପାଇଁ ମଧ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି । ଆଜି ମନ୍ତ୍ରୀ ପ୍ରତାପ ଜେନା ପଞ୍ଚାୟତ ନିର୍ବାଚନ ସଂପର୍କରେ ସୂଚନା ଦେଇ ଏହା କହିଛନ୍ତି । ସୂଚନାଯୋଗ୍ୟ, ନିର୍ବାଚିତ ପଞ୍ଚାୟତ କାର୍ଯ୍ୟକାଳ 2019ରୁ ଶେଷ ହୋଇଥିଲେ ମଧ୍ୟ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହୋଇନାହିଁ । ବିରୋଧୀ ବିଜେପି ଦଳ ପକ୍ଷରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯିବା ସହ ପଞ୍ଚାୟତ ନିର୍ବାଚନ କରା ନ ଗଲେ ନିର୍ବାଚନ କମିଶନଙ୍କ ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବୁ ବୋଲି କୁହାଯାଇଥିଲା । ନିର୍ବାଚନ କମିଶନ ସାମ୍ବାଧାନିକ ପଦବୀ ହୋଇଥିଲେ ମଧ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁରକ୍ଷା କରିବାରେ ବିଫଳ ହୋଇଛି ବୋଲି ବିରୋଧୀ ଆରୋପ ଲଗାଇଥିଲେ । ବିରୋଧୀଙ୍କ ଆକ୍ଷେପ ପରେ ଶାସକ ବିଜେଡି ପକ୍ଷରୁ ଯଦିଓ ଏହାର ପ୍ରତିବାଦ କରାଯାଇଥିଲା, ମାତ୍ର ପଞ୍ଚାୟତ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି ।

LEAVE A REPLY

Please enter your comment!
Please enter your name here