ଟେଷ୍ଟ, ଟ୍ରାକ, ଟ୍ରିଟ୍ । ତୃତୀୟ ଲହର ରୋକିବାକୁ ହେଲେ ଏହି ତିନୋଟି କଥା ଉପରେ ଧ୍ୟାନ ଦେବାକୁ ହେବ । ଆଜି ଭିଡିଓ କନଫରେନ୍ସିଂରେ 6ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ ପରିସ୍ଥିତି ସଂପର୍କରେ ଆଲୋଚନା କରିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ଆନ୍ଧ୍ରପ୍ରଦେଶ, କର୍ଣ୍ମାଟକ, ମହାରାଷ୍ଟ୍ର, କେରଳ, ତାମିଲନାଡୁ ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ ସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ମୋଦି କହିଛନ୍ତି, ଦ୍ବିତୀୟ ଲହର ପୂର୍ବରୁ ଯେଉଁ ସ୍ଥିତି ଥିଲା, ଏବେ ତୃତୀୟ ଲହର ଆସିବା ପୂର୍ବର ସ୍ଥିତି ଅନେକ ଦେଶରେ ଦେଖାଦେଲାଣି । ଏହି 6ଟି ରାଜ୍ୟ ଏବେ ଦେଶର ସବୁଠୁ ଅଧିକ ସ୍ପର୍ଶକାତର ରାଜ୍ୟ । ଗତ ସପ୍ତାହକ ମଧ୍ୟରେ 80 ପ୍ରତିଶତ ନୂଆ ସଂକ୍ରମଣ ଏଙି 6ଟି ରାଜ୍ୟରୁ ବାହାରିଥିବା ବେଳେ 84 ପ୍ରତିଶତ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ତେଣୁ ସଂକ୍ରମଣ ରୋକିବାକୁ ହେଲେ ଯେଉଁ ଅଞ୍ଚଳରେ ଅଧିକ ପଜିଟିଭ ବାହାରୁଛନ୍ତି, ସେହି ଅଞ୍ଚଳରେ ଅଧିକରୁ ଅଧିକ ଟେଷ୍ଟ କରାଯିବା ଜରୁରୀ । ସେହିପରି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

LEAVE A REPLY

Please enter your comment!
Please enter your name here