ପିଲାଙ୍କଠାରେ ଆରମ୍ଭ ହେଲା କୋଭାକ୍ସିନର କ୍ରିନିକାଲ ଟ୍ରାଏଲ । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ପାଟନା ଏମ୍ସ ପିଲାମାନଙ୍କ ଶରୀରରେ ପ୍ରୟୋଗ କରାଯାଇଥିବା ସୂଚନା ମିଳିଛି । ଏଥିରେ ୨ରୁ ୧୮ ବର୍ଷର ପିଲାମାନେ ସାମିଲ ହୋଇଛନ୍ତି । ଗତ ସପ୍ତାହଠାରୁ ପାଟନା ଏମ୍ସରେ ପିଲାଙ୍କର ପଞ୍ଜିକରଣ ଆରମ୍ଭ ହୋଇଥିଲା । ଏଥିରେ ୭୦ରୁ ୮୦ ଜଣ ପିଲାଙ୍କୁ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ପଞ୍ଜିକରଣ ପରେ ପିଲାମାନଙ୍କର ଆଣ୍ଟିବଡି ଏବଂ ଆରଟିପିସିଆର ଟେଷ୍ଟ କରାଯାଇ ସେମାନେ ପୂର୍ବରୁ କରୋନା ସଙ୍କ୍ରମିତ ହୋଇଛନ୍ତି କି ନାହିଁ ଯାଞ୍ଚ କରାଯାଇଥିଲା । ଏହାପରେ ସେମାନଙ୍କୁ କୋଭାକ୍ସିନ ଟିକା ଦିଆଯାଇଛି । ଶିଶୁ ଓ କିଶୋରଙ୍କ ଠାରେ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ପୂର୍ବରୁ ଅନୁମତି ଦେଇଥିଲା ଡିସିଜିଆଇ ।

LEAVE A REPLY

Please enter your comment!
Please enter your name here