ପାରିବାରିକ କଳହର ଭୟଙ୍କର ପରିଣତି । ନିଜର ପାଞ୍ଚବର୍ଷର ପୁଅ ଓ ନ ବର୍ଷର ଝିଅକୁ କୂଅକୁ ଠେଲି ମାରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲା ମାଆ । କିନ୍ତୁ ବଞ୍ଚିଗଲା ମା । ଦୁଇଛୁଆଙ୍କୁ କୂଅରୁ ଉଦ୍ଧାର କରି ରାଇକିଆ ଡାକ୍ତରଖାନା ନିଆଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି । କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ ଘଟିଛି ଏମିତି ଅଭାବନୀୟ ଘଟଣା । ଅଭିଯୁକ୍ତ ମହିଳା ହେଉଛନ୍ତି ଭାଗ୍ୟଲକ୍ଷ୍ମୀ ପାତ୍ର । ସ୍ବାମୀ ଏମ ରାଜେଶ ପାତ୍ରଙ୍କ ସହ ଝଗଡା ହେବା ପରେ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ଦୁଇଛୁଆଙ୍କୁ କୂଅ ଭିତରକୁ ଠେଲି ଦେଇଥିଲା ମା ।

ଭାଗ୍ୟଲକ୍ଷ୍ମୀଙ୍କ ଭାଇ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ରାଜେଶଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସଂପର୍କ ଥିବାରୁ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଝଗଡା ହେଉଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here