ଲଭ୍‌, ସେକ୍ସ ଧୋକା । ଏ କାରନାମା କରିଛନ୍ତି ଜଣେ ଫରେଷ୍ଟ କର୍ମଚାରୀ । ମାଲକାନଗିରି ଫରେଷ୍ଟର ମୁରଲିଧର ଅନୁଗୁଳିଆଙ୍କ ବିରୋଧରେ ଏହି ସାଂଘାତିକ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଫରେଷ୍ଟର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ । ବିବାହ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ । ଦୁଇ ପରିବାର ରାଜି ଥିଲେ । କିନ୍ତୁ ମୁରଲିଧର ୨ ମାସ ହେବ ଲୁଚିକି କୋରାପୁଟର ଏକ ଝିଅକୁ କୋର୍ଟ ମ୍ୟାରେଜ କରିଛନ୍ତି । ଶେଷରେ ନ୍ୟାୟ ପାଇଁ ପିଡୀତା ମାଲକାନଗିରି ଏସଡିଜେଏମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହୋଇଛନ୍ତି ମୁରଲିଧର ଅନୁଗୁଳିଆ ।

LEAVE A REPLY

Please enter your comment!
Please enter your name here