ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମ । ପିଲ୍ମ ‘Uri’ର ଡାଇରେକ୍ଟର ଆଦିତ୍ୟ ଧର୍‌ଙ୍କୁ ବିବାହ କରିଛନ୍ତି ୟାମି। ଅତି ଘନିଷ୍ଠ ଲୋକଙ୍କୁ ନେଇ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ହିମାଚଳପ୍ରଦେଶ ମଣ୍ଡି ଜିଲ୍ଲାର ଗୋହରରେ ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ୱେଡିଂ ଫଟୋରେ ଲାଲ୍‌ ରଙ୍ଗର ଶାଢ଼ୀରେ ୟାମି ଦୁଲ୍‌ହନ୍‌ ଲୁକ୍‌ରେ ବେଶ୍‌ ଖୁସି ଥିବା ନଜର ଆସୁଛନ୍ତି । ଆଦିତ୍ୟ ହ୍ୱାଇଟ୍‌ ଓ କ୍ରିମ୍‌ ରଙ୍ଗର ଶେରୱାନିରେ ମଧ୍ୟ ବେଶ୍‌ ସୁନ୍ଦର ଦିଶୁଥିବା ଦେଖିବାକୁ ମିଳିଛି । ୟାମିଙ୍କ ବିବାହ ବେଳର ଫଟୋ ସାମ୍ନାକୁ ଆସିବା ପରେ ଏବେ ଆଉ କିଛି ଫଟୋ ସାମ୍ନାକୁ ଆସିଛି। ଏହିସବୁ ଫଟୋରେ ବିବାହ ସମୟରେ ବିଭିନ୍ନ ପାରମ୍ପରିକ କାର୍ଯ୍ୟକ୍ରମ ହେଉଥିବା ଦେଖିବାକୁ ମିଳିଛି। ଉଭୟଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି ବଲିଉଡ୍‌ର ପ୍ରମୁଖ ଅଭିନେତା ଓ ଅଭିନେତ୍ରୀ । 2019ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘Uri: The Surgical Strike’ ରେ ଆଦିତ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମ ହିଟ୍‌ ହୋଇଥିଲା । ଏହାପରେ ସେ ଆହୁରି ଅଧିକ ପରିଚିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here