ବିରେନ୍ଦ୍ର ଲାକ୍ରା ହେଲେ ଭାରତୀୟ ପୁରୁଷ ହକି ଟିମ୍ ର ଅଧି ନାୟକ । ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷିତ ଭାରତୀୟ ହକି ଦଳର ଭାଇସ କ୍ୟାପଟେନ ଦାୟିତ୍ୱ ବିରେନ୍ଦ୍ରଙ୍କୁ ମିଳିଛି । ଲଣ୍ଡନ ଅଲମ୍ପିକ୍ସ ଖେଳିଥିବା ଭେଟେରାନ ବିରେନ୍ଦ୍ର ୨୦୧୬ ରେ ଆହତ କାରଣରୁ ଅଳ୍ପକେ ରିଓ ଅଲମ୍ପିକ୍ସରୁ ବଞ୍ଚିତ ହୋଇଥିଲେ । ତେବେ ଆଣଣ୍ଠୁ ଅସ୍ତ୍ର ପ୍ରଚାର ପରେ ପୁଣି ଥରେ ସେ ଦଳକୁ ଫେରିଛନ୍ତି । ଏହାପରେ ତାଙ୍କ ପ୍ରଦର୍ଶନରେ ଢେର ଉନ୍ନତି ହୋଇଛି । ଭେଟେରାନ ବିରେନ୍ଦ୍ରଙ୍କ ସହ ଯବୁ ଖେଳାଳୀ ହରମନପ୍ରୀତ ସିଂହଙ୍କୁ ମଧ୍ୟ ଅନ୍ୟତମ ଭାଇସ କ୍ୟାପଟେନ କରାଯାଇଛି । ସେହିପରି ୧୬ ଜଣିଆ ଭାରତୀୟ ଦଳର ନେତୃତ୍ୱ ନେବେ ମନପ୍ରୀତ ସିଂହ । ଗତକାଲି ଅନ୍ୟତମ ଓଡିଆ ଖେଳାଳୀ ଦୀପଗ୍ରେସ ମହିଳା ହକିଦଳର ଭାଇସ କ୍ୟାପଟେନ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here