ଭୁବନେଶ୍ବର ଭୀମଟାଙ୍ଗୀ ହାଉସିଂ ବୋର୍ଡ ଫେଜ୍ 1 ରେ ଜଣେ ମହିଳାଙ୍କୁ ହତ୍ୟା । ଘର ଭିତରୁ ଉଦ୍ଧାର କରାଗଲା ରକ୍ତ ଜୁଡୁବୁଡୁ ମୃତଦେହ । ତେବେ ସେହି ଘର ଭିତରୁ ଆଉ ଜଣେ ଗୁରୁତର ଆହତ ପୁରୁଷଙ୍କୁ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କୁ ତାଙ୍କ ସ୍ବାମୀ ଚିହ୍ନଟ କରିଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବା ପୁରୁଷଙ୍କୁ ସେ ଚିହ୍ନଟ କରିପାରିନାହାଁନ୍ତି । ତେବେ କେଉଁ କାରଣ ପାଇଁ ତାଙ୍କ ପତ୍ନୀଙ୍କୁ ହତ୍ୟା କରାଗଲା, ସେସଂପର୍କରେ କିଛି କହିପାରୁନାହାଁନ୍ତି ମୃତ ମହିଳାଙ୍କ ସ୍ବାମୀ । କମିଶନରେଟ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ପଠାଇଛି । ହତ୍ୟାକାଣ୍ଡର କାରଣ ଖୋଜୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here