ମା ଝିଅକୁ କହୁଥିଲା ମେଡିକାଲ ପଢିବା ପାଇଁ । ମାତ୍ର ଝିଅର ଇଚ୍ଛା ନ ଥିଲା । ଆଉ ଏହାକୁ ନେଇ ମା ଓ ଝିଅଙ୍କ ଭିତରେ ଆରମ୍ଭ ହେଉଥିଲା ଝଗଡା । ଅନେକ ଥର ମା ଓ ଝିଅଙ୍କ ମଧ୍ୟରେ ଝଗଡା ହେବା ପରେ ଦିନେ ଏମିତି ଘଟଣା ଘଟିଲା, ଯାହାକୁ ଲୁଚାଇବା ଆରମ୍ଭ କଲା ଝିଅ ।
ଜୁଲାଇ 30 ତାରିଖ । ନଭି ମୁମ୍ବାଇର ଏୟାରୋଲି ଅଞ୍ଚଳରେ ଘଟିଲା ଏମିତି ଘଟଣା । 15 ବର୍ଷୀୟା ଝିଅ ଥାନାରେ ଖବର ଦେଲା, ଉଚ୍ଚାଜାଗାରୁ ଖସିପଡି ମା ର ମୃତ୍ୟୁ ହୋଇଯାଇଛି । ପୋଲିସ ଘରେ ପହଞ୍ଚି ମୃତଦେହ ଜବତ କଲା । ପୋଷ୍ଟମର୍ଟମ ପାଇଁ ପଠାଇଲା । ମାତ୍ର ଝିଅର ବ୍ୟବହାର ଉପରେ ପୋଲିସର ସନ୍ଦେହ ହେଲା । କାରଣ ମାସେ ତଳେ ଝିଅ ତା ମାଆ ବିରୋଧରେ ଥାନାରେ ଅଭିଯୋଗ କରିଥିଲା । ମା ଓ ଝିଅ ଉଭୟଙ୍କୁ କାଉନସେଲିଂ କରିବା ପାଇଁ ପୋଲିସ ସ୍ଥିର କରିଥିଲା । ଏବେ ପୋଲିସ ତଦନ୍ତ ପରେ ଫରେନସିକ୍ ଟିମ୍ ଯେଉଁ ରିପୋର୍ଟ ଦେଲା, ସେଥିରେ ସମସ୍ତେ ତାଜୁବ ହୋଇଗଲେ । 40 ବର୍ଷୀୟା ମାଆକୁ ପିଟି ପିଟି ହତ୍ୟା କରାଯାଇଥିବା ରିପୋର୍ଟ ଆସିବା ପରେ ପୋଲିସ ନାବାଳିକା ଝିଅକୁ ଜେରା କରିଥିଲା । ଝିଅ ମାନିଯାଇଥିଲା, ସେ କରାଟେ ବେଲ୍ଟରେ ତା ମାଆକୁ ପିଟି ପିଟି ମାରିଦେଇଛି । ମେଡିକାଲ ପଢିବା ପାଇଁ ମା ଜିଦ୍ କରୁଥିଲା, ଆଉ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଏତେ ଜୋରରେ ଝଗଡା ହେଲା ଯେ, ଶେଷରେ ତାର ଏଭଳି ଭୟଙ୍କର ପରିଣାମ ଘଟିଲା । ପୋଲିସ ନାବାଳିକା ଝିଅକୁ ଅଟକ ରଖି ତା ନାଁରେ 302 ଦଫାରେ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here