ବାତିଲ ହେଲା ସିବିଏସଇ ଦ୍ୱାଦଶ ପରୀକ୍ଷା । ଦେଶର କରୋନା ସ୍ଥିତିକୁ ଦେଖି ବାତିଲ ଘୋଷଣା କରିଛନ୍ତି ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷ୍ୟତାରେ ଆଜି ବସିଥିବା ବୈଠକରେ ଏହି ବଡ ଘୋଷଣା କରାଯାଇଛି । ଆଜି ସିବିଏସଇ ଦ୍ୱାଦଶ ପରୀକ୍ଷା ନେଇ ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ଏହି ବୈଠକରେ ବରିଷ୍ଠ ମନ୍ତ୍ରୀ, ସଚିବ ମାନେ ମଧ୍ୟ ଉପସ୍ଥିତ ଥିଲେ । ପରୀକ୍ଷା ବାତିଲ କରାଯିବ କି ନାହିଁ ତା ଉପରେ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ପରେ ବାତିଲ ଘୋଷଣା ହୋଇଛିି ପରୀକ୍ଷା । ପୂର୍ବରୁ କୋଭିଡ ସଙ୍କ୍ରମଣ ଦୃଷ୍ଟିକୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ସେପଟେ ପରୀକ୍ଷା ବାତିଲ ହୋଇଥିଲେ ମଧ୍ୟ ପିଲାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଇଛି । ଯେଉଁ ଛାତ୍ରଛାତ୍ରୀ ଚାହିଁବେ ସେମାନେ ପରୀକ୍ଷା ଦେଇପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି । କରୋନା ସ୍ଥିତିି ଦେଶରେ ସୁଧୁରିଲେ ଆଗ୍ରହୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ଯେଉଁ ମାନେ ଚାହିଁବେ ସେମାନଙ୍କ ପାଇଁ ପରୀକ୍ଷା ଦେବାର ବ୍ୟବସ୍ଥା କରାଯିବ । ରେଜଲ୍ଟ ପ୍ରକାଶ କରିବାକୁ ମଧ୍ୟ ବ୍ୟବସ୍ଥା କରାଯିବ । ନିର୍ଦ୍ଧାରିତ ସମୟରେ ସବୁକିଛିକୁ ବିଚାରକୁ ନେଇ ରେଜଲ୍ଟ ପ୍ରକାଶ ପାଇବ ବୋଲି ସରକାର କହିଛନ୍ତି । ଗତକାଲି ପରୀକ୍ଷା ହେବ କି ନାହିଁ ସୁପ୍ରିମକୋର୍ଟରେ ଏ ସମ୍ପର୍କୀତ ଏକ ମାମଲାର ଶୁଣାଣି ହୋଇଥିଲା ।

LEAVE A REPLY

Please enter your comment!
Please enter your name here