ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି ଯୋଦ୍ଧା ଘୋଡା । ଯେଉଁଠି ଅଛି ସେଇଠି ହିଁ ରହିବ । ଘୋଡା ସ୍ଥାନାନ୍ତରକୁ ନେଇ ବିବାଦ ଉପୁଜିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ମାଷ୍ଟରକ୍ୟାଣ୍ଟିନ ଛକରେ ରାସ୍ତା ସମ୍ପ୍ରସାରଣ ପାଇଁ ଐତିହାସିକ ଘୋଡାକୁ ରାଜଭବନ ଛକକୁ ସ୍ଥାନାନ୍ତର କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ଏହାକୁ ବିରୋଧ କରି ବିଭିନ୍ନ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବରଂ ମାଷ୍ଟରକ୍ୟାଣ୍ଟିନ ଛକରେ ଏହି ମୂର୍ତ୍ତିର ସ୍ଥିତାବସ୍ଥା ବଜାୟ ରଖି ରାସ୍ତା ସମ୍ପ୍ରସାରଣ କରିବାକୁ ବହୁ ବୁଦ୍ଧିଜିବୀମାନେ ମତ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here