ସାଇବର ଠକଙ୍କ କବଳରେ ପଡିଛନ୍ତି ଜଣେ ଶିକ୍ଷୟିତ୍ରୀ । ରାଜଧାନୀ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରୁ ଆସିଛି ଏହି ଘଟଣା । ବିଏସଏନଏଲରେ କେୱାଇସି କରାଇବାକୁ କହି ୬୦ ହଜାର ଟଙ୍କା ଠକିନେଇଥିବା ଶିକ୍ଷୟିତ୍ରୀ ପ୍ରିୟଦର୍ଶୀ ଯୋଶି ଅଭିଯୋଗ କରିଛନ୍ତି । ଏକ ଘରୋଇ ସ୍କୁଲରେ ଚାକିରୀ କରନ୍ତି ଶିକ୍ଷୟିତ୍ରୀ ଜଣଙ୍କ । ପୂରା ଘଟଣା ଏମିତି ଥିଲା, ୨୮ ତାରିଖ ଦିନ ଦ୍ୱିପହରରେ ଗୋଟିଏ ମେସେଜ ଆସିଥିଲା ପ୍ରିୟଦର୍ଶୀଙ୍କ ଶ୍ୱଶୁରଙ୍କ ଫୋନକୁ । ବିଏସଏନଏଲରେ କେୱାଇସି ଅପଡେଟ୍ କର, ନଚେତ ସିମ୍ ବ୍ଲକ ହୋଇଯିବ । ମେସେଜ ଆସିଥିବା ନମ୍ବରରେ କଲ କରିବା ପରେ ସାଇବର ଠକ ହିନ୍ଦିରେ କଥା ହେବାରୁ ବୋହୂଙ୍କୁ ଫୋନ ଧରାଇଥିଲେ ଶ୍ୱଶୁର । ସାଇବର ଠକ କିଛି ଆପ୍ ଡାଉନଲୋଡ କରିବାକୁ କହିଥିଲା । ଆପ୍ସ ଡାଉନଲୋଡ କରିବା ପରେ ଏକ କୋଡ ଆସିଥିଲା । କୋଡ ଦେବା ପରେ ଏକ ୧୦ ଟଙ୍କାର ରିଚାର୍ଜ କରିବାକୁ ଠକ କହିଥିଲା । ରିଚାର୍ଜ କରିବା ପରେ ସିମ୍ ଆକ୍ଟିଭ୍ ହୋଇଯିବ ବୋଲି ସାଇବର ଠକ କହିବା ପରେ ଏସବିଆଇରୁ ରିଚାର୍ଜ କରିଥିଲେ ଶିକ୍ଷୟିତ୍ରୀ ପ୍ରିୟଦର୍ଶୀ । ପରେ ୪ଟି କିସ୍ତିରେ ଟଙ୍କା ନେଇଯାଇଥିଲା ଠକ । ଠକାମିର ଶିକାର ହେଉଥିବା ଜାଣିବାକୁ ପାଇଥିଲେ ପ୍ରିୟଦର୍ଶୀ । ସଙ୍ଗେ ସଙ୍ଗେ ଆକାଉଣ୍ଟ ବ୍ଲକ କରିଥିଲେ । ନଚେତ ଆକାଉଣ୍ଟ ଖୋଳ କରିଥାନ୍ତା ଠକ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here