ଖୁବ୍‌ଶୀଘ୍ର ପିଲାଙ୍କୁ ହେବ ଟିକାକରଣ । ୧୨ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ପାଇଁ ଜାଇଡସ କାଡିଲା ମାଗିଲା ଅନୁମତି । ଡିସିଜିଆଇକୁ ଜାଇଡସ କାଡିଲା ଏହି ଅନୁମତି ମାଗିଛି । ୫୦ରୁ ଅଧିକ କେନ୍ଦ୍ରରେ କ୍ଲିନିକାଲ ପରୀକ୍ଷା କରାଯାଇଥିଲା । ଜାଇଡସର ‘ଜାଇକୋଭ-ଡି’ଭ୍ୟାକ୍ସିନକୁ ଶିଶୁଙ୍କ ପାଖରେ ଟ୍ରାଏ ଲ କରାଯାଇଛି । ପାଖାପାଖି ୧୦୦୦ରୁ ଅଧିକ ଶିଶୁଙ୍କ ପାଖରେ ଏହାକୁ ପ୍ରୟୋଗ କରାଯାଇଛି । ଭାରତରେ ପ୍ରଥମ ଥର ୧୨ରୁ ୧୮ ବର୍ଷ ବୟସର କିଶୋରଙ୍କ କ୍ଷେତ୍ରରେ ଟିକା ପରୀକ୍ଷା କରାଯାଇଥିଲା । ଏହି ଟିକା ସୁରକ୍ଷିତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା । ଡିସିଜିଆଇ ଅନୁମତି ଦେଲେ ଏହି ମାସ କିମ୍ବା ଅଗଷ୍ଟ ମାସରୁ ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଟିକାକରଣ ପକ୍ରୀୟା ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here