ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଡଣାରେ ନୂଆ ମୋଡ । ଏହି ମାମଲାରେ ୩ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ରୁଜୁ ହୋଇଛି ମାମଲା । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଅଭିଯୋଗ, ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା, ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଓ ରୋଷେୟାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏହି ୩ ଜଣଙ୍କ ବିରୋଧରେ ୩୦୨, ୧୨୦ ବି ଦଫାରେ ପୋଲିସ ମାମଲା ରୁଜୁ କରିଛି । ସୌମ୍ୟଙ୍କ ମୋବାଇଲ ଓ ଲାପଟପ ଜବତ କଲେ ସତ ପଦାକୁ ଆସିବ ବୋଲି କହିଛନ୍ତି ମୃତ ସୌମ୍ୟଙ୍କ ପରିବାର । ସୌମ୍ୟଙ୍କ ମୃତ୍ୟୁ ଆକସ୍ମିକ ଦୁର୍ଘଟଣା ନା ହତ୍ୟା ନା ଆତ୍ମହତ୍ୟା । କେମିତି ପୋଡିହେଲେ ସୌମ୍ୟ ରଞ୍ଜନ, ଗୋଟିଏ ଘରେ ସ୍ୱାମୀ , ସ୍ତ୍ରୀ ଥିଲେ ହେଲେ ସ୍ୱାମୀ ପୋଡିହୋଇଗଲେ ସେକଥା କେମିତି ଜାଣିପାରିଲେନି ସ୍ତ୍ରୀ । ତାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ।
ସୂଚନାଥାଉ କି, ସୋମବାର ରାତିରେ ସୌମ୍ୟରଞ୍ଜନ ହଠାତ ନିଆଁରେ ପୋଡ଼ି ହୋଇ ଯାଇଥିବା ନେଇ ପଡ଼ୋଶୀଙ୍କୁ ସୂଚନା ଦେଇଥିଲେ ପତ୍ନୀ । ପରେ ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମେଡିକାଲ ଓ ପରେ ବ୍ରହ୍ମପୁର ଗକଉଏ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ମଙ୍ଗଳବାର ସକାଳେ କଟକ ସ୍ଥିତ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ପ୍ରାୟ ୯୦ ଭାଗ ପୋଡ଼ିଯାଇଥିବାରୁ ମୃତ୍ୟୁ ସହ ପ୍ରାୟ ୧୨ ଘଣ୍ଟାର ସଂଘର୍ଷ କରି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ଆଖି ବୁଜିଦେଇଥିଲେ ସୌମ୍ୟରଞ୍ଜନ।

LEAVE A REPLY

Please enter your comment!
Please enter your name here