ରାଜ୍ୟରେ ଗତ ୨୪ ଘଣ୍ଟାରେ ଦୈନିକ ସଙ୍କ୍ରମଣ ରହିଛି ୭୩୯୫ । ସଙ୍କ୍ରମଣ ହାର କମୁଥିଲେ ବି ବଢୁଛି ମୃତ୍ୟୁସଂଖ୍ୟା । ଯାହା ଏବେ ସମସ୍ତଙ୍କର ଚିନ୍ତାର ବିଷୟ ପାଲଟିଛି । ରାଜ୍ୟରେ ଆଜି ବି ୪୦ ଜୀବନ ନେଇଛି ମହାମାରୀ । ଭୁବନେଶ୍ୱରରୁ ସର୍ବାଧିକ ୬ ଜଣଙ୍କର ଦେହାନ୍ତ ହୋଇଛି । କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡରୁ ୪ ଲେଖାଏଁ କରେନାରେ ପ୍ରାଣ ହରାଇଛନ୍ତି । ଅନୁଗୁଳ, ବୌଦ୍ଧ, ଝାରସୁଗୁଡା ଓ କଳାହାଣ୍ଡିରୁ ୩ ଲେଖାଏଁ ମୃତ । ବରଗଡ, ବଲାଙ୍ଗିର ଓ ଦେବଗଡରୁ ୨ ଲେଖାଏଁ ମୃତ । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨,୯୫୨କୁ ବୃଦ୍ଧି ପାଇଛି । ସେହିପରି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ ୪୧୬୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୩୨୨୬ । ଖୋର୍ଦ୍ଧାରୁ ସର୍ବାଧିକ ୧୦୬୯ ପଜିଟିଭ ଚିହ୍ନଟ ହୋଇଥିବାବେଳେ କଟକରୁ ୮୬୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନୁଗୁଳ-୪୪୩, ବାଲେଶ୍ୱର-୨୮୫, ବରଗଡ-୧୭୧, ଭଦ୍ରକ-୨୩୮, ବଲାଙ୍ଗୀର-୮୧, ବୌଦ୍ଧ-୧୩୩, ଦେଓଗଡ-୫୭, ଢେଙ୍କାନାଳ-୮୧, ଗଜପତି-୫୨, ଗଞ୍ଜାମ-୬୯, ଜଗତସିଂହପୁର-୨୮୮, ଯାଜପୁର-୫୧୬, ଝାରସୁଗୁଡା-୬୬, କଳାହାଣ୍ଡି-୧୬୬, କନ୍ଧମାଳ-୭୬, କେନ୍ଦ୍ରାପଡା-୩୪୧, କେନ୍ଦୁଝର-୧୫୮, କୋରାପୁଟ-୧୬୧, ମାଲକାନଗିରି-୧୧୦, ମୟୂରଭଞ୍ଜ-୩୮୪, ନବରଙ୍ଗପୁର-୧୯୬, ନୟାଗଡ-୨୪୩, ନୂଆପଡା-୨୨, ପୁରୀ-୩୫୬, ରାୟଗଡା-୧୨୫, ସମ୍ବଲପୁର-୧୩୭, ସୋନପୁର-୯୧, ସୁନ୍ଦରଗଡ-୨୬୭, ଷ୍ଟେଟପୁଲରୁ ୧୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬ ହଜାର ୯୪କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here