ପଶ୍ଚିମ ଆଫ୍ରିକାର ମାଲିର ଏକ ମହିଳାଙ୍କ ଡେଲିଭରିକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ମହିଳାଙ୍କୁ ମାତ୍ର ୨୫ ବର୍ଷ । ତାଙ୍କ ନାଁ ହଲିମା । ଗତମାସ ଅର୍ଥାତ ମେ ୪ରେ ତାଙ୍କର ଡେଲିଭରି ହୋଇଛି । ଏବଂ ସେ ଏକାସାଙ୍ଗରେ ୯ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ୯ ଶିଶୁଙ୍କ ମଧ୍ୟରେ ୫ ଜଣ ଶିଶୁକନ୍ୟା ଏବଂ ୪ ଶିଶୁ ପୁତ୍ର । ଡେଲିଭରି ପରେ ମହିଳା ଜଣଙ୍କ ଅସୁସ୍ଥ ଥିବାରୁ ତାଙ୍କର ଚିକିତ୍ସା ଚାଲିଛି । ସମସ୍ତ ନବଜାତ ଶିଶୁଙ୍କ ଅବସ୍ଥା ଠିକ ନଥିଲେ ବି ଏବେ ସ୍ୱାସ୍ଥ୍ୟରେ ସୁଧାର ଆସୁଛି । ୯ ଶିଶୁ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କୁ ଟ୍ୟୁବ ମାଧ୍ୟମରେ କ୍ଷୀର ଦିଆହେଉଛି । ସେମାନଙ୍କର ଓଜନ ବର୍ତ୍ତମାନ ୮୦୦ ଗ୍ରାମରୁ ୧.୪ କିଲୋଗ୍ରାମ ବୃଦ୍ଧି ପାଇଛି । ୧୦ ଜଣ ଡାକ୍ତର ଏବଂ ୨୫ଜଣ ନର୍ସଙ୍କୁ ନେଇ ଗଠିତ ଏକ ଟିମ୍ ଏହି ଡେଲିଭରି କରାଇଛନ୍ତି । ସବୁଠୁ ବଡ କଥା ହେଉଛି ଯେତେବେଳେ ମାଲି ସରକାର ମାର୍ଚ୍ଚ ୩୦ରେ ମହିଳାଙ୍କ ଉତ୍ତମ ଚିକିତ୍ସା ପାଇଁ ମେଡିକାଲ ପଠାଇଥିଲେ, ସେତେବେଳେ ଅଲଟ୍ରାସାଉଣ୍ଡ ରିପୋର୍ଟରେ ମହିଳାଙ୍କ ଗର୍ଭରେ ସାତଜଣ ଶିଶୁ ଥିବା ଜାଣିବାକୁ ପାଇଥିଲେ । କିନ୍ତୁ ଡେଲିଭରି ସମୟରେ ଡାକ୍ତର ଜାଣିବାକୁ ପାଇଥିଲେ ଗର୍ଭରେ ୯ ଶିଶୁ ଅଛନ୍ତି । ଦର୍ଶକବନ୍ଧୁ , ଏହା ପୂର୍ବରୁ ଆମେରିକାର ଜଣେ ମହିଳା ୮ ଜଣ ଶିଶୁଙ୍କୁ ଜନ୍ମ ଦେଇ ବିଶ୍ୱ ରେକର୍ଡ କରିଥିଲେ । ନଧ୍ୟା ସୁଲେମାନ ନାମକ ଜଣେ ମହିଳା ୨୦୦୯ରେ ୮ ଟି ଶିଶୁଙ୍କୁ ଜନ୍ମ ଦେଇଥିଲେ । ତାଙ୍କର ବୟସ ସେତେବେଳେ ଥିଲା ୩୩ ବର୍ଷ ।

LEAVE A REPLY

Please enter your comment!
Please enter your name here