ଆସନ୍ତା 16 ତାରିଖରୁ ସ୍ବର୍ଗଦ୍ବାରରେ ଶବସତ୍କାର କରାଯାଇପାରିବ । କୋଭିଡ ପାଇଁ ପୁରୀ ବାହାର ଲୋକଙ୍କ ପାଇଁ ସ୍ବର୍ଗଦ୍ବାରରେ ଶବସତ୍କାର ଉପରେ କଟକଣା ଜାରି କରାଯାଇଥିଲା । ଏବେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ଦୃଷ୍ଟିରୁ ପୁରୀ ସ୍ବର୍ଗଦ୍ବାର ପୁଣିଥରେ ସମସ୍ତଙ୍କ ପାଇଁ ଖୋଲାଯାଇଛି । ତେବେ ମୃତବ୍ୟକ୍ତିଙ୍କ କୋଭିଡ ରିପୋର୍ଟ ନେଗେଟିଭ୍ ଥିବା ଆବଶ୍ୟକ । କୋଭିଡ କଟକଣା ଭିତରେ ମୃତଦେହ ସଂସ୍କାର କରାଯାଇପାରିବ ଏବଂ ଦଶଜଣ ଲୋକ ଉପସ୍ଥିତ ରହିପାରିବେ ବୋଲି ପୁରୀ ଉପଜିଲ୍ଲାପାଳ କହିଛନ୍ତି । ଶନିବାର ଓ ରବିବାର ସଟଡାଉନରେ ବି ଶବସତ୍କାର ହୋଇପାରିବ ।

LEAVE A REPLY

Please enter your comment!
Please enter your name here