ଅପରେସନ ସିନ୍ଦୁରର ମାଷ୍ଟର ମାଇଣ୍ଡ ଜୈଶ-ଏ-ମହମ୍ମଦର ଟପ୍ କମାଣ୍ଡର ମାସୁଦ ଇଲିଆସ କାଶ୍ମୀରୀର ଏକ ଭିଡିଓରେ କହିଛି ଯେ, ମାସୁଦ ଆଝାରର ପରିବାରକୁ ଭାରତ ଖଣ୍ଡ ବିଖଣ୍ଡିତ କରି ଉଡ଼ାଇ ଦେଇଛି । ଅପରେସନ୍‌ ସିନ୍ଦୁର ସମୟରେ ମେ ୭ ତାରିଖ ରାତିରେ ଯେତେବେଳେ ଭାରତ ବାହାବଲପୁର ଉପରେ ଆକ୍ରମଣ କରିଥିଲା, ସେତେବେଳେ ମାସୁଦ ଆଝାର ପରିବାର ଲୋକଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇଯାଇଥିଲା। ତାଙ୍କ ବିଧବା ମା, ପୁଅ, ଝିଅ ସମସ୍ତଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । ଅପରେସନ ସିନ୍ଦୂର ପରେ ଭାରତ ପାକିସ୍ତାନର ଏତେ ମାତ୍ରାରେ କ୍ଷତି ପହଞ୍ଚାଇଛି ଯେ ପାକିସ୍ତାନୀ ସାରା ଜୀବନ ଏହାକୁ ମନେ ରଖିବେ । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା। ଏହି ସମୟରେ, ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିଥିଲା। ଭାରତର ଆକ୍ରମଣରେ ଶହେରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here