ଦାମଙ୍କ ପରେ ଏବେ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ଟାରଗେଟ୍ ରେ ଦାମଙ୍କ ଜ୍ୱାଇଁ ଦିଲ୍ଲୀପ ଭୂୟାଁ । ଶିଳ୍ପ ବିଭାଗ ଅଫିସକୁ ରାଉରକେଲାରୁ ପାରାଦ୍ୱୀପକୁ ଆଣି ଜ୍ୱାଇ ଦିଲ୍ଲୀପ ଭୂୟାଁଙ୍କ ଘରେ ଚଳାଇ ଦାମ ଦୁର୍ନୀତି କରିଥିବା ମନ୍ତ୍ରୀ ଗଣମାଧ୍ୟମ ଆଗରେ ଖୋଲାଖୋଲି ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ଦାମଙ୍କ ଜ୍ୱାଇଁ । ଏହାର କଡ଼ା ଜବାବ ରଖି ସେ କହିଛନ୍ତି, କୌଣସି ପ୍ରମାଣ ନଥାଇ ମନଇଚ୍ଛା ଗଣମାଧ୍ୟମ ଆଗରେ ଏଣୁତେଣୁ କଥା କହି ଶ୍ରୀଯୁକ୍ତ ପାତ୍ର ନିଜର ହିଁ ଅପମାନ କରାଉଛନ୍ତି ।  ଅଭିଯୋଗ ପରେ ମନ୍ତ୍ରୀଙ୍କୁ ଏକ ଚିଠି ମାଧ୍ୟମରେ ଦିଲ୍ଲୀପ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି ।

ସେ ଆହୁରି କହିଛନ୍ତି, ସତ୍ୟତା ନଥାଇ ତାଙ୍କ ଉପରେ ଏପରି ଆରୋପ ଲଗାଇବା ପୂର୍ବରୁ ମନ୍ତ୍ରୀଙ୍କୁ ପ୍ରମାଣ ଯୋଗାଡ କରିବାର ଥିଲା । ଦିଲ୍ଲୀପ ନିଜେ ଜଣେ ଉଚ୍ଚ ଶିକ୍ଷିତ ଓ ଯୋଗ୍ୟ ବ୍ୟକ୍ତି ଭାବେ ନିଜେ ନିଜର ପ୍ରତିଷ୍ଠା ତିଆରି କରିଛନ୍ତି ବୋଲି କହିଛନ୍ତି । ଏଥିପାଇଁ ନା ତ ସେ କୌଣସି ରାଜନୀତି ସହ ଜଡ଼ିତ ଥିଲେ ନା କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ଲୋଡ଼ିଥିଲେ । ପାତ୍ରଙ୍କ କହୁଥିବା କଥାରେ ଯଦି ସତ୍ୟତା ଅଛି ତେବେ ପ୍ରମାଣ ସାମ୍ନାକୁ ଆଣିବା ପାଇଁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି ଦାମଙ୍କ ଜ୍ୱାଇଁ । ଯଦି ଉପଯୁକ୍ତ ପ୍ରମାଣ ମିଳେ ତେବେ ସର୍ବସାଧାରଣରେ ପାରାଦ୍ୱୀପ ଘରକୁ ମନ୍ତ୍ରୀ ପାତ୍ରଙ୍କୁ ସେ ନିଜେ ଦାନ କରିବା ସହ ସତ୍ୟକୁ ଗ୍ରହଣ କରିବେ ବୋଲି କହିଛନ୍ତି ଦିଲ୍ଲୀପ ଭୂୟାଁ ।

ଦାମୋଦର ରାଉତ ଦଳରୁ ବହିଷ୍କୃତ ହେବା ପରେ ବି ପିଛା ଛାଡୁନାହିଁ ଅଭିଯୋଗ । ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଭିଯୋଗ ଲିଷ୍ଟ ଗୋଟେ ପରେ ଗୋଟେ ଆଗକୁ ଆସୁଛି ।

LEAVE A REPLY

Please enter your comment!
Please enter your name here