ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ସାମୁଦ୍ରୀକ ଝଡର ରୁପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯାହର ପ୍ରଭାବରେ ଆସନ୍ତା ୩ଦିନ ଧରି ସାରା ରାଜ୍ୟରେ ବର୍ଷା ଲାଗି ରହିବ । ବର୍ତ୍ତମାନ ଏହି ଡିପ ଡିପ୍ରେସନ ଗୋପାଳପୁର ଠାରୁ ୫୭୦କିଲୋମିଟର ଦୂରରେ ଥିବାବେଳେ ଏହା ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଉପକୂଳରେ ଆଜି ସନ୍ଧ୍ୟାରୁ ୫୫ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହିତ ଏହା ଧିରେ ଧିରେ ବୃଦ୍ଧି ପାଇ ୧୦ ଓ ୧୧ତାରିଖ ଦିନ ରାଜ୍ୟର ଉପକୂଳ ଓ ଦକ୍ଷିଣ ଭାଗରେ ପ୍ରବଳ ବର୍ଷା ସହିତ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବ । ସ୍ଥଳବିଶେଷରେ ୧୦୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୧୦ ଓ ୧୧ ତାରିଖରେ ସମୁଦ୍ର ଭଭୟଙ୍କର ଭାବେ ଅଶାନ୍ତ ରହିବାର ଆଶଙ୍କା ଥିବାରୁ ସମୁଦ୍ର ଭିତରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରି ଦିଆଯାଇଛି । ସେହିପରି ରାଜ୍ୟର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।
ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୁଚନାରେ କୁହାଯାଇଛି ଯେ, ଆସନ୍ତାକାଲି ରାଜ୍ୟର ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, ଗଜପତି, ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୱାଣ୍ଣିଂ ଦିଆଯାଇଛି ।
ତେବେ ବାତ୍ୟା ତିତଲିକୁ ନେଇ ପ୍ରତିକ୍ରୀୟା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ । ବାତ୍ୟାକୁ ନେଇ ଭୟଭୀତ ହେବାର ନାହିଁ ବୋଲି ସେ କହିଛନ୍ତି । ବାତ୍ୟାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳର ଲୋକମାନଙ୍କ ସୁରକ୍ଷା ପାଇଁ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । ସେହିଭଳି ଉଦ୍ଧାର କାର୍ଯ୍ୟ ପାଇଁ ୩୦୦ ବୋଟ୍ ପ୍ରସ୍ତୁତ ରଖାଯାଇଥିବାବେଳେ ୨୦ଟି ଓଡ୍ରାଫ ଟିମ୍ ଓ ୧୧ଟି ଏନଡିଆର ଏଫ ଟିମ ପ୍ରସ୍ତୁତ ଅଛନ୍ତି ବୋଲି ଏସଆରସି କହିଛନ୍ତି ।
ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲା କଣ୍ଟ୍ରୋଲ ରୁମକୁ ୨୪ ଘଣ୍ଟା ଖୋଲା ରଖିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here