ତମ୍ବୁରେ ମିଳିବ ତାରକା ହୋଟେଲ ପରି ସୁବିଧା । ଆଜିଠୁ ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡ ରାମଚଣ୍ଡି ମୁହାଣରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ମରାଇନ ଡ୍ରାଇଭ ଇକୋ ରିଟ୍ରିଟ୍ ମହୋତ୍ସବ । ଆଜିଠୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ । ସଂନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହେବ ୪ ଦଶମିକ ୮ ୨କୋଟି ଟଙ୍କା । ଉତ୍ସବ ସ୍ଥଳୀକୁ ୩ଟି ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ ପାଖରେ ସର୍ବ ସାଧାରଣ ଅନ୍ୟ ପାଖରେ କଟେଜରେ ରହିବା ପାଇଁ ବୁକିଂ କରିଥିବା ଅତିଥି ରହିବେ । ସେହିପରି ଅନ୍ୟ ଏକ ପାଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା ହୋଇଛି । ଅତିଥିଙ୍କ ରହଣି ପାଇଁ ୫୦ଟି କଟେଜ ନିର୍ମାଣ କରାଯାଇଛି । ଏଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ମିଳିପାରିବ । ଏହାର ଦର ୭ହଜାର ଟଙ୍କାରୁ ଆରମ୍ଭ ହୋଇ ୨୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ୪ଟି ନୂଆ ରେସ୍ତୋରାଁ ଓ ବାର ମଧ୍ୟ ନିର୍ମାଣ କରାଯାଇଛି । ସେହିପରି ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ଖାଇବାକୁ ମିଳିବ । ସନ୍ଧ୍ୟାରେ କଟେଜ ଅତିଥିଙ୍କ ପାଇଁ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ପ୍ରତି ଶନିବାର ଷ୍ଟାର ନାଇଟ୍ ହେବ । ଓଲିଉଡ କଣ୍ଠଶିଳ୍ପୀ ଓ ରକ୍ ବ୍ୟାଣ୍ଡ ଏଥିରେ ଯୋଗଦେବେ । ସେହିପରି ସ୍ଥାନୀୟ ଲୋକଙ୍କ ପ୍ରବେଶ ପାଇଁ ୫୦ ଟଙ୍କା ମିଳିଛି । ଆଜି ସଂନ୍ଧ୍ୟାରେ ୟୁଫୋରିଆ ବ୍ରାଣ୍ଡରେ ଝୁମିବେ ଦର୍ଶକ ।

LEAVE A REPLY

Please enter your comment!
Please enter your name here