ପହଲଗାମ୍ ହତ୍ୟାକାଣ୍ଡର ପ୍ରତିଶୋଧ କେତେ ଭୟଙ୍କର ହୋଇପାରେ, ତାର ନମୂନା ଦେଖାଉଛି ଭାରତ । ମଙ୍ଗଳବାର ରାତିରେ ଅପରେସନ ସିନ୍ଦୁର – ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ଥାନର ନଅଟି ସ୍ଥାନରେ ଆତଙ୍କବାଦୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ । କୁହାଯାଉଛି, ଭାରତର ଏହି ଏୟାର ଷ୍ଟ୍ରାଇକରେ ଶତାଧିକ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ମାସୁଦ ଆଝାର ପରିବାରର ଦଶଜଣ ସଦସ୍ୟ ବି ନିହତ ହୋଇଛନ୍ତି । ପାକିସ୍ଥାନ ଭିତରେ ପଶି କେବଳ ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ଆକ୍ରମଣ କଲା, ଚାହିଁଥିଲେ ପାକିସ୍ଥାନର ସାମରିକ ପ୍ରତିଷ୍ଠାନ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଉପରେ ମଧ୍ୟ ବୋମାମାଡ କରିପାରିଥାନ୍ତା । ତେବେ ନିଜ ଦେଶର ଆତଙ୍କବାଦୀଙ୍କ ଉପରେ ଭାରତର ପ୍ରହାରକୁ ବରଦାସ୍ତ କରିପାରିଲାନି ପାକିସ୍ଥାନ । କାଶ୍ମୀର ସୀମାନ୍ତ ଜନବସତି ଉପରକୁ ଗୁଳିଗୋଳା ବର୍ଷା କରିବା ସହ ଦେଶର 15ଟି ସହର ଉପରେ ମିସାଇଲ୍ ଆକ୍ରମଣ କଲା । ଭାରତ ଏସ 400 ଏୟାର ଡିଫେନ୍ସ ସିଷ୍ଟମ ମାଧ୍ୟମରେ ପାକିସ୍ଥାନର ମିସାଇଲ ଆକ୍ରମଣକୁ ପଣ୍ଡ କରିଦେଲା । କୌଣସି ଗୋଟିଏ ବି ପାକିସ୍ଥାନୀ ମିସାଇଲ ଭାରତର ବାୟୁସୀମା ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ଭାରତର ଡିଫେନ୍ସ ସିଷ୍ଟମ ତାକୁ ଆକାଶରେ ହିଁ ନଷ୍ଟ କରିଦେଲା । ତେବେ ପାକିସ୍ଥାନର ଏହି ଆକ୍ରମଣର ଜବାବ ଦେଇଛି ଭାରତ । ଆଜି ସକାଳ ଦଶଟାରେ ପ୍ରଥମେ ଲାହୋର ସହରର ବିଭିନ୍ନ ସ୍ଥାନରେ ଡ୍ରୋନ ମାଧ୍ୟମରେ ବିସ୍ଫୋରଣ କଲା ଭାରତ । ଲାହୋରକୁ ସୁରକ୍ଷିତ ରଖିବା ପାଇଁ ପାକିସ୍ଥାନ ବ୍ୟବହାର କରୁଥିବା ଚୀନ ନିର୍ମିତ ଏୟାର ଡିଫେନ୍ସ ସିଷ୍ଟମକୁ ଭାରତୀୟ ଡ୍ରୋନ ସଂପୂର୍ଣ୍ଣ ନଷ୍ଟ କରିଦେବା ସହ ବିସ୍ଫୋରଣ କରିବାରେ ସଫଳ ହେଲା । କେବଳ ଲାହୋର ନୁହେଁ, କରାଚି, ରାଓ୍ବଲପିଣ୍ଡି ଭଳି ପାକିସ୍ଥାନର ଗୁରୁତ୍ବପୂର୍ଣ୍ଣ ସହରରେ ମଧ୍ୟ ଭାରତ ଏକାଧିକ ବିସ୍ଫୋରଣ କରି ନିଜର ଶକ୍ତି ପ୍ରଦର୍ଶନ କରିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି, ଲାହୋର ବିସ୍ଫୋରଣର ଅନେକ ସମୟ ପର୍ଯ୍ୟନ୍ତ ପାକିସ୍ଥାନ ଜାଣିପାରିଲାନି କିଏ ଆକ୍ରମଣ କରିଛି ? ବିସ୍ଫୋରଣ ହେଲା କେମିତି ? ଭାରତର ଏହି ଆକ୍ରମଣରୁ ପାକିସ୍ଥାନ ବୁଝିବା ଦରକାର ଯେ ଭାରତର ସାମରିକ ଶକ୍ତି କେତେ ? ଏହାସତ୍ତ୍ବେ ପାକିସ୍ଥାନ ନିଜ ସାମରିକ ଶକ୍ତି ଭାରତ ଆଗରେ ଦେଖାଇବାକୁ ଚାହୁଁଛି । ଯୁଦ୍ଧ ଚାହୁଁ ନ ଥିବା ଭାରତ ପାକିସ୍ଥାନର ରଣହୁଙ୍କାରକୁ ସ୍ବୀକାର କରିଛି । ଆଜି ଲାହୋର, କରାଚି ଓ ରାଓ୍ବଲପିଣ୍ଡି ସହରରେ ଅଳ୍ପ କିଛି ବିସ୍ଫୋରଣ ହୋଇଛି, ଆସନ୍ତାକାଲି ପାକିସ୍ଥାନର ସାମରିକ ପ୍ରତିଷ୍ଠାନ ଓ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ ଉପରେ ଆକ୍ରମଣ ହେବ । ଭାରତର ଲକ୍ଷ୍ୟ ପାକିସ୍ଥାନ ନୁହେଁ, ଆତଙ୍କବାଦ ମୁକ୍ତ ପାକିସ୍ଥାନ ।

ଭାରତ ତାର ଆକ୍ରମଣ ସଂପର୍କରେ ସମଗ୍ର ବିଶ୍ବକୁ ଅବଗତ କରାଇଛି । ସାଧାରଣ ନାଗରିକଙ୍କୁ କ୍ଷତି ପହଞ୍ଚାଇବା ଭଳି ଆକ୍ରମଣ ଭାରତ ଏଯାଏଁ ଆରମ୍ଭ କରିନି । ମାତ୍ର ପାକିସ୍ଥାନ ଆମ ଉପରେ ଆକ୍ରମଣ କଲେ ତାର ଭୟଙ୍କର ପରିଣାମ ଭୋଗ କରିବାକୁ ପଡିବ ବୋଲି ଭାରତ ଚେତାବନୀ ଦେଇଛି । ଭାରତର ଆକ୍ରମଣ ପରେ ପାକିସ୍ଥାନକୁ ସମର୍ଥନ କରିବାକୁ ଘୋଷଣା କରିଥିବା ଚୀନ ଓ ବାଂଲାଦେଶ ନିରବ ରହିଛନ୍ତି । ତେବେ ବାଂଲାଦେଶ ସୀମାନ୍ତରେ ଭାରତ ବାରଘଣ୍ଟିଆ କର୍ଫ୍ୟୁ ଜାରି କରିଦେଇଛି । ଶତ୍ରୁ ରାଷ୍ଟ୍ରମାନଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରଖିଛି ଭାରତ ।

LEAVE A REPLY

Please enter your comment!
Please enter your name here