ରାଜ୍ୟରେ ପଶ୍ଚିମାଝଡ ପ୍ରଭାବ ଜାରି ରହିଛି । କିଛି କିଛି ଜିଲ୍ଲାର ବିଭିନ୍ନ ସ୍ଥାନରେ କୁଆ ପଥର ସହ ପ୍ରବଳ ବର୍ଷା ହୋଇଛି । ଆଗାମୀ ଦୁଇ ଘଣ୍ଟା ପାଇଁ ଢେଙ୍କାନାଳ, ଅନୁଗୁଳ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ କୁଆ ପଥର ବର୍ଷା ଏବଂ ପବନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୩୦/୪୦ କିମି ପବନ ବହିବା ସହ କୁଆପଥର ମାଡ ନେଇ ଆଲର୍ଟ ଜାରି କରାଯାଇଛି । ବର୍ଷା ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ, ଯାଜପୁର, ଅନୁଗୁଳ, ନୟାଗଡ, ଦେବଗଡ, ଢେଙ୍କାନାଳ , ସମ୍ବଲପୁର, କେନ୍ଦୁଝରକୁ ଆଲର୍ଟ । ଉପକୂଳ ଓଡିଶାର ୧୩ ଜିଲ୍ଲାକୁ ଘଡଘଡି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here