ଆଜିଠୁ ଆରମ୍ଭ ହେଉଛି ‘ମେକ୍ ଇନ୍ ଓଡିଶା’ କନକ୍ଲେଭ କାର୍ଯ୍ୟକ୍ରମ. ତେବେ ଏହି କାର୍ଯ୍ୟକ୍ରମ ଜନତା ମଇଦାନରେ ଅନୁଷ୍ଠିତ ହେଉଛି. ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି. ଏଥିରେ ବିଭିନ୍ନ ଶିଳ୍ପପତି ଯୋଗ ଦେବାକୁ ଥିବା ବେଳେ 6ଟି ଦେଶର 800ଜଣ ପୁଞ୍ଜି ନିବେଶକାରୀ ପୁଞ୍ଜିନିବେଶ କରିବାର ସମ୍ଭାବନା ରହିଛି. ଏହା ମଧ୍ୟରେ ଟାଟା ଗ୍ରୁପ୍, ବିର୍ଲା, ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ମୁକେଶ ଅମ୍ବାନୀ, ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀ, ଆଦିତ୍ୟ ବିର୍ଲା ଗ୍ରୁପ୍ ର ଚେୟାରମ୍ୟାନ ମଙ୍ଗଳମ୍ ବିର୍ଲା, ଟାଟା ସନ୍ସର ଚେୟାରମ୍ୟାନ ନଟରାଜନ ଚନ୍ଦ୍ରଶେଖରଣ ଓ ବେଦାନ୍ତ ରିସୋର୍ସର ମୁଖ୍ୟ ଅନିଲ୍ ଅଗ୍ରୱାଲ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି. ଏଥିପାଇଁ ପ୍ରସ୍ତୁତ ହୋଇସାରିଛି ଜନତା ମଇଦାନ. ଫୋକସ୍‌ରେ ରହିଛି ଖାଦ୍ୟ ପ୍ରକ୍ରିୟାକରଣ, ସି-ଫୁଡ୍, କେମିକାଲ୍‌ ଓ ପେଟ୍ରୋକେମିକାଲସ୍, ମେଟାଲ କ୍ଷେତ୍ରରେ ଡାଉନଷ୍ଟ୍ରିମ୍ ଶିଳ୍ପ, ବୟନ ଓ ପୋଷାକ, ଇଲେଟ୍ରୋନିକ୍ସ ଓ ଆଇଟି ଭଳି କ୍ଷେତ୍ର. ତେବେ ରିଲାଏନ୍ସ ଗ୍ରୁପ୍ ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଆଜି ‘ମେକ୍ ଇନ୍ ଓଡିଶା’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ବେଳେ ଆସନ୍ତା କାଲି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି. ‘ମେକ୍ ଇନ୍ ଓଡିଶା’ କାର୍ଯକ୍ରମ ପାଇଁ କମିଶନରେଟ ପୋଲିସ୍ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ 12 ପ୍ଲାଟୁନଫୋର୍ସ ପୋଲିସ୍ ମୁତୟନ କରାଯାଇଛି.

LEAVE A REPLY

Please enter your comment!
Please enter your name here