ମହାଆଡମ୍ବରରେ ଶେଷ ହୋଇଛି ଶିବ ପାର୍ବତୀଙ୍କ ବିବାହତ୍ସୋବ । ବାଜା, ରୋଷଣୀ ସହିତ ବରଯାତ୍ରୀଙ୍କୁ ସାଙ୍ଗରେ ଧରି ବର ବେଶରେ ଦେବୀ ପାର୍ବତୀଙ୍କ ଘରକୁ ବିଜେ କରିଥିଲେ ଦେବ ଦେବ ମହାଦେବ । ଏଥିପାଇଁ ଚଳଚଞ୍ଚଳ ହୋଇପଡିଥିଲା ରାଜ୍ୟର ବିଭିନ୍ନ ଶୈବ ପୀଠ । ତେବେ ସମ୍ବଲପୁରରେ ଶିବ ପାର୍ବତୀଙ୍କ ବିବାହତ୍ସୋବର ଆକର୍ଷଣ ଥିଲା ନିଆରା । ବିରାଟ ସାଂସ୍କୃତିକ ଶୋଭାଯାତ୍ରାରେ ଦେବାଦେବୀଙ୍କ ସହ ଶିବ ବାହାରିଥିଲେ ବରବେଶରେ । ସବୁଠୁ ଆକର୍ଷଣୀୟ ଥିଲା ବରଯାତ୍ରୀଙ୍କ ଶୋଭାଯାତ୍ରା । ନାଚଗୀତରେ କମ୍ପି ଉଠୁଥିଲା ସମ୍ବଲପୁର ସହର । ବିଳମ୍ବିତ ରାତିରେ କନ୍ୟା ଘରେ ପହଁଞ୍ଚିଥିଲେ ମହାଦେବ । ପାରମ୍ପରିକ ରୀତିଅନୁସାରେ, ଦେବ ବିବାହ ସମ୍ପନ୍ନ ହୋଇଥିଲା । ଏହାପରେ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ମନ୍ଦିର ପ୍ରବେଶ କରିଥିଲେ ଦେବ ଦମ୍ପତ୍ତି । ନଗର ପରିକ୍ରମା ହିଁ ସମ୍ବଲପୁର ଶୀତଳ ଷଷ୍ଠି ଯାତ୍ରାର ମୁଖ୍ୟ ଆକର୍ଷଣ ।

LEAVE A REPLY

Please enter your comment!
Please enter your name here