ଭାରତୀୟ ଝିଅ ରୀତା ବନରୱାଲ୍ ହେଲେ ଆମେରିକାର ନ୍ୟୁକ୍ଲିୟର ଏନର୍ଜି ବିଭାଗର ମୁଖ୍ୟ. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତୀୟ ଝିଅ ରୀତା ବନରୱାଲ୍ ଙ୍କୁ ଏହାର ମୁଖ୍ୟ ଭାବେ ଘୋଷଣା କରିଛନ୍ତି. ତେବେ ଏହା ପୂର୍ବରୁ ସେ ୱେଷ୍ଟିଂହାଉସ୍ ଟୋକ୍ଟୋଲୋଜି ଡେଭଲପ୍ମେଣ୍ଟ ଆଣ୍ଡ ଆପ୍ଲିକେସନ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ. ରୀତା ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସଫଳତାର ସହ ନିଜର କାର୍ଯ୍ୟ ସଂପାଦନ କରିଛନ୍ତି. ଯାହା ଦ୍ୱାରା ଆଜି ସେ ନ୍ୟୁକ୍ଲିୟର ଏନର୍ଜି ବିଭାଗର ମୁଖ୍ୟ ଭାବେ ନିଯୁକ୍ତ ପାଇଛନ୍ତି. ରୀତା ମ୍ୟାଟେରିଆଲ୍ସ ସାଇନ୍ସ ରେ ବିଏ କରିଥିବା ବେଳେ ଏମଆଇଟିରୁ ଇଞ୍ଜିନିୟରିଂ ହାସଲ କରିଛନ୍ତି ଏବଂ ମିଚିଗନ୍ ବିଶ୍ୱବିଦ୍ୟାଳୟରୁ ପିଏଚଡି ସାରିଛନ୍ତି. ଏହାକୁ ନେଇ ସେ ବେଶ୍ ଖୁସିଥିବା ପ୍ରକାଶ କରିଛନ୍ତି.