ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଶୁଳ୍କ ବିଷୟରେ ମତ ଦେଇଛନ୍ତି। ମଙ୍ଗଳବାର ସେ କହିଲେ, “ଆମେରିକା ବିଶ୍ବରେ ସବୁଠୁ ଶକ୍ତିଶାଳୀ, ଏହା ବିନା କିଛି ଚାଲିବ ନାହିଁ।” ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚୀନ ଗସ୍ତ ପରେ ଟ୍ରମ୍ପ ଭାରତ ସହିତ ବ୍ୟାପାରୀକ ସମ୍ପର୍କରେ ଲାଗୁଥିବା ଶୁକ୍ଳ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଭାରତ ଆମେରିକାକୁ ଅନେକ ସାମଗ୍ରୀ ପଠାଉବାବେଳେ, ୧୦୦ ପ୍ରତିଶତ ଶୁଳ୍ମରେ ଆମେରିକା ଭାରତକୁ ପ୍ରାୟ କିଛି ରପ୍ତାନି କରିପାରୁନାହିଁ ।
ଓଭାଲ ଅଫିସରେ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଲେ, “ଆମେ ଭାରତ ସହିତ ବହୁତ ବାଣିଜ୍ୟ କରୁନଥିଲୁ, କିନ୍ତୁ ସେମାନେ ଆମ ସହିତ କରୁଥିଲେ। କାରଣ, ଆମେ ସେମାନଙ୍କଠାରୁ କୌଣସି ଶୁଳ୍କ ନେଉନଥିଲୁ—ଏହା ମୂର୍ଖତା ଥିଲା। ଯାହାକୁ ସେମାନେ ତିଆରି କରୁଥିଲେ, ସେମାନେ ଆମେରିକୀୟ ବଜାରକୁ ପଠାଇଦେଉଥିଲେ। କିନ୍ତୁ ସେମାନେ ଆମ ପଦାର୍ଥରେ ୧୦୦% ଶୁଳ୍କ ଲଗାଉଥିଲେ। ଆମେରିକା ବିନା ବିଶ୍ୱ ରହିବ ନାହିଁ, କାରଣ ଆମେ ବଡ଼ ଏବଂ ଶକ୍ତିଶାଳୀ।” ଟ୍ରମ୍ପ କହିଲେ, ସେ ପ୍ରଥମ କିଛି ବର୍ଷରେ ବାଣିଜ୍ୟ ମାଧ୍ୟମରେ ବିଶାଳ ପରିବର୍ତ୍ତନ ଆଣିଥିଲେ। ବିଭିନ୍ନ ଯୁଦ୍ଧ ବାଣିଜ୍ୟ ଚାପରେ ଥମିଯାଇଥିଲା। ଏହିଥିରେ ଶୁଳ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ସେ ଦାବି କଲେ। ଭାରତ ସହିତ ଅନେକ ଦେଶ ଉପରେ ଲାଗୁ କରାଯାଇଥିବା ଶୁଳ୍କକୁ ସେ ନ୍ୟାୟସଙ୍ଗତ ବୋଲି କହିଲେ ଏବଂ ଏହା ଆମେରିକୀୟ ଚାକିରି ସୁରକ୍ଷା କରିବାରେ ସହାୟକ ବୋଲି ଦାବି କଲେ। ପ୍ରଥମେ ଭାରତୀୟ ପଦାର୍ଥରେ ୨୫% ଶୁଳ୍କ ଲଗାଇଥିଲେ, ପରେ ଆହୁରି ୨୫% ବୃଦ୍ଧି କରି ୫୦% କରିଥିଲେ। ସେ ସ୍ପଷ୍ଟ କଲେ, ଭାରତ ରୁଷଠାରୁ ତେଲ କିଣିବା ଉଚିତ୍ ନୁହେଁ, କିନ୍ତୁ ଭାରତ ସେଥିରେ ପରିବର୍ତ୍ତନ କରିନଥିବାରୁ ଅତିରିକ୍ତ ଶୁଳ୍କ ଲଗାଯାଇଛି।














