ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଏହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୮ଟି ଜିଲ୍ଲାରେ ପ୍ରବଳ ଓ ୯ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜଣାଯାଇଛି । ସମୁଦ୍ର ଅଶାନ୍ତ ରହିବ, ମତ୍ସଜୀବିଙ୍କୁ ସଂଧ୍ୟା ପୂର୍ବରୁ ଫେରିବାକୁ ପରାମର୍ଶ ଦିଆଯାଇଛି ।
ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲା ଗୁଡିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ , କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, କେନ୍ଦୁଝର, ମୟୁରଭଞ୍ଜ ରହିଛି । ସେହିପରି ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଦେଓଗଡ, ଢେଙ୍କାନାଳ, ଅନୁଗୋଳ, ପୁରୀ, ଖୋର୍ଦ୍ଧା ଆଦି ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବର୍ଷା ସମୟରେ ବିଜୁଳି ଓ ଘଡଘଡି ମାରିବାର ବି ଆଶଙ୍କା ରହିଛି ।