ଦକ୍ଷିଣ ଓଡିଶାର ପ୍ରମୁଖ ଲୋକସଭା ଆସନ ଆସ୍କା ନିର୍ବାଚନମଣ୍ଡଳୀରେ ଜୋରଦାର ପ୍ରତିଦ୍ବନ୍ଦିତା. ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଏହି ଆସନ ବିଜୁ ଜନତା ଦଳରେ ହାତରେ ରହି ଆସିଥିବା ବେଳେ ଏଥର ରେକର୍ଡ ଭାଙ୍ଗିବା ପାଇଁ ଦୁଇ ବିରୋଧୀ ପ୍ରାର୍ଥୀ ଦମ୍ ଲଗାଇ ଦେଇଛନ୍ତି. ଗତଥର ବିଜେଡିରୁ ସାସଂଦ ଭାବେ ଲଡୁ କିଶୋର ସ୍ବାଇଁ ନିର୍ବାଚିତ ହୋଇଥିଲେ ହେଁ ନିର୍ବାଚନ ଘୋଷଣା ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି. ଏଥର ବିଜେଡି ମହିଳା ସ୍ବଂୟ ସହାୟିକା ଗୋଷ୍ଠୀର ଜଣେ ପୁରୁଖା ମହିଳା ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପ୍ରାର୍ଥୀ କରିଛି ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନୀତା ପ୍ରିୟଦର୍ଶିନୀଙ୍କୁ. ତେବେ ଦୁଇ ମହିଳାଙ୍କୁ ମୁକାବିଲା କରିବା ପାଇଁ କଂଗ୍ରେସ ଓ ସିପିଏମ ସମର୍ଥନରେ ମଇଦାନକୁ ଓହ୍ଲାଇଛନ୍ତି ସିପିଆଇର ଯୁବ ନେତା ରାମକୃଷ୍ଣ ପଣ୍ଡା. ଯଦିଓ ଭୋଟ ନିର୍ବାଚନରେ ତିନିଜଣ ଯାକ ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇଛନ୍ତି, ତେବେ ଏହି ଆସନରେ ତିନି ନେତାଙ୍କ ଭିତରେ ଜୋରଦାର ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି. ତୃଣମୂଳସ୍ତରର ଜଣେ ସାଧାରଣ ମହିଳା ଭାବେ ପରିଚିତା ପ୍ରମିଳାଙ୍କ ପ୍ରାର୍ଥିତ୍ବକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦଳର ବରିଷ୍ଠ ନେତାମାନେ ତାଙ୍କ ପାଇଁ ପ୍ରଚାର ଚଳାଇଛନ୍ତି. ସେହିପରି ବିଜେପି ପ୍ରାର୍ଥୀ ଭାବେ ପ୍ରଚାର ଦୃଷ୍ଟିରୁ ଅନୀତା ବି କିଛି ପଛରେ ନାହାଁନ୍ତି. ତେବେ ପ୍ରମିଳା ଓ ଅନୀତାଙ୍କ ବ୍ୟୟବହୁଳ ପ୍ରଚାର ଠାରୁ ଖୁବ୍ ପଛରେ ଥିବା ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା କିନ୍ତୁ ଦୁଇ ମହିଳାଙ୍କୁ ମୁକାବିଲା ପାଇଁ ଅଣ୍ଟା ଭିଡି ଦେଇଛନ୍ତି. କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ବିରୋଧରେ ଭୋଟ ଦେବାକୁ ଗାଁ କୁ ଗାଁ ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି.

 

ତିନି ପ୍ରାର୍ଥୀଙ୍କ ମଧ୍ୟରେ ରାମକୃଷ୍ଣଙ୍କ ବଳିଷ୍ଠ ନେତୃତ୍ବ, ସାଙ୍ଗଠନିକ ଦକ୍ଷତା ଓ ବ୍ୟକ୍ତିତ୍ବକୁ ଲୋକେ ଗ୍ରହଣ କରୁଥିବା ଦେଖାଯାଉଛି. 1971ରେ ଏହି ଆସନରୁ ସିପିଆଇ ନେତା ଦୂତୀକୃଷ୍ଣ ପଣ୍ଡା ସଂସଦକୁ ନିର୍ବାଚିତ ହୋଇଥିଲେ.

LEAVE A REPLY

Please enter your comment!
Please enter your name here