ଇନ୍ଦ୍ର ବି ମୋ ଉପରେ ଚାପ ପକାଇ ପାରିବେନି । ଯାହା କହେ, ନିର୍ଭୟରେ କହେ । ସେଥିପାଇଁ ସେମାନେ ମତେ ଡରନ୍ତି ଏବଂ ମୁଁ ନ ଥିବା ବେଳେ କାମ କରନ୍ତି । ଆଜି ଏମିତି ଢଙ୍ଗରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ । ଶଙ୍କରାଚାର୍ଯ୍ୟ କହିଛନ୍ତି, ସରକାର ତୀର୍ଥସ୍ଥଳୀର ଅସ୍ଥିତ୍ବ ବିଲୋପ କରୁଛନ୍ତି । ତପସ୍ଥଳିକୁ ଭୋଗସ୍ଥଳି ଓ ସୁରା ସୁନ୍ଦରୀଙ୍କ ସହରରେ ପରିଣତ କରିବା ପାଇଁ କାର୍ଯ୍ୟ କରାଯାଉଛି । ସରକାରରେ ଯେଉଁ ରାଜନୈତିକ ଦଳ ଅଛି, ସେମାନେ ଭାବୁଛନ୍ତି, ସେମାନଙ୍କ ପାଖରେ ଲୋକମତ ରହିଛି । ଦୀର୍ଘବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ରହିଛନ୍ତି । ମାତ୍ର ଲୋକମତ କେତେବେଳେ ବି ବଦଳି ଯାଇପାରେ ବୋଲି ଯେତେବେଳେ ସେମାନଙ୍କର ଏ ଧାରଣା ଆସିବ, ସେତେବେଳେ ସେମାନେ ମାନିବେ । ନ ହେଲେ ଏମାନେ ମାନିବେ ନାହିଁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here