ସରକାରୀ ଚାକିରୀରେ ରହି କ୍ଷମତାସୀନ ବିଜେଡି ପାଇଁ କାମ କରୁଥିଲେ । ନିର୍ବାଚନ କାର୍ଯ୍ୟରେ ହସ୍ତକ୍ଷେପ କରୁଥିଲେ । ବାରମ୍ବାର ନିର୍ବାଚନ କମିଶନଙ୍କ ନିକଟରେ ବିରୋଧୀ ଏହି ଆଇପିଏସ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଆସୁଥିଲେ ହେଁ ନିର୍ବାଚନ ଆୟୋଗ ସଂପୃକ୍ତ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷଣ ନଜର ରଖିଥିଲେ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଭିଯୋଗ ପରେ ମୁଖ୍ୟ ନିର୍ବାଚନ କମିଶନର ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ପେସାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିବା ଆଇପିଏସ ଡି.ଏସ.କୁଟ୍ଟେଙ୍କୁ ତତ୍କାଳ ସସପେଣ୍ଡ୍ କରିଛନ୍ତି । ଏଥିସହିତ ଆସନ୍ତାକାଲି ଅପରାହ୍ନ ତିନିଟା ସୁଦ୍ଧା ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମେ 30 ତାରିଖ ସୁଦ୍ଧା ଚାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 1997 ବ୍ୟାଚ ଆଇପିଏସ ଡି.ଏସ. କୁଟ୍ଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ ହେଁ ଦଳୀୟ ରାଜନୀତିରେ ସଂପୃକ୍ତ ରହୁଥିଲେ । ଏବେ ନିର୍ବାଚନ ସମୟରେ କ୍ଷମତାସୀନ ଦଳ ପାଇଁ ପ୍ରଶାସନକୁ ପ୍ରଭାବିତ କରୁଥିବା ପ୍ରମାଣ ମିଳିବା ପରେ ନିର୍ବାଚନ ଆୟୋଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଡି.ଏସ.କୁଟ୍ଟେଙ୍କ ସହ ଛୁଟିରେ ଥିବା ଆଇପିଏସ ଆଶିଷ ସିଂଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଏମ୍ସ ଡାକ୍ତର ବୋର୍ଡ ଦ୍ବାରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ସିଂ ଛୁଟିରେ ରହି ବିଜେଡି ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା ।
ଖୋର୍ଦ୍ଧା ଜିଲ୍ଲାରେ ଇଭିଏମ ଭଙ୍ଗା ଘଟଣାର ତଦନ୍ତ କରିବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଚଳିତ ନିର୍ବାଚନ ସମୟରେ ଓଡିଶାରେ ବ୍ୟାପକ ହିଂସାକାଣ୍ଡ ହେବା, ରାଜନୈତିକ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ହେବା, ଗୋଷ୍ଠୀ ସଂଘର୍ଷ ଘଟିବା, ଇଭିଏମ ଭଙ୍ଗାଯିବା ଏବଂ ଆକ୍ରୋଶମୂଳକ ଭାବେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯିବା ଘଟଣା ପରେ ଏହି ଦୁଇ ଆଇପିଏସଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ବିଜେଡି ଶିବିରରେ ଭୟ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here