ଏଥର ଅବସ୍ଥା ଅସମ୍ଭାଳ. ଗୋଟିଏ ଦୁଇଟି କରୋନା ଚିହ୍ନଟ ହୋଇଥିବାବେଳେ ସରକାର ଓ ପ୍ରଶାସନ ସଜାଗ ଥିଲେ । କେନ୍ଦ୍ରଠୁ ରାଜ୍ୟ ପର୍ଯ୍ୟନ୍ତ ସଟ୍ ଡାଉନ୍ ଲକ୍ ଡାଉନ୍ କଟକଣା ଭିତରେ ଲୋକଙ୍କୁ ରୁନ୍ଧି ଦେଉଥିଲେ । ଅଳ୍ପ ଅଳ୍ପ ପ୍ରବାସୀ ଘରକୁ ଫେରୁଥିବାବେଳେ ସବୁ କଟକଣା ମାନିବାକୁ ବାଧ୍ୟ କରାଯାଉଥିଲା । ମାତ୍ର ଏବେ ପ୍ରତିଦିନ ଶହ ଶହ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ କଟକଣା ଉଠାଇଦେଇଛନ୍ତି ସରକାର । ଟ୍ରେନ , ବସ୍ ଓ ବିମାନ ଚଳାଚଳ ପାଇଁ ଅନୁମତି ଦେଇଦେଇଛନ୍ତି । ଏମିତି କି ରାଜ୍ୟ ସରକାରଙ୍କୁ ନଜଣାଇ ରାଜ୍ୟ ଭିତରକୁ ଟ୍ରେନ୍ ଚଳାଚଳ କରିବ । ରାଜ୍ୟ ସରକାରଙ୍କ ପାଖରେ କେତେବେଳେ କେଉଁ ଟ୍ରେନ୍ ଆସିବ ସୂଚନା ନଥିବାରୁ ଟ୍ରେନରେ ଫେରିବାକୁ ଥିବା ପ୍ରବାସୀଙ୍କୁ ନେଇ ଚିନ୍ତାରେ ପଡିଯାଇଛନ୍ତି ସରକାର । ରାଜ୍ୟ ଏସଆରସି ପ୍ରବାସୀଙ୍କୁ ନିବେଦନ କରି କହିଛନ୍ତି ସେମାନେ ଆସିବା ପୂର୍ବରୁ ସେଠାକାର ପ୍ରଶାସନକୁ ଜଣାଇ ରାଜ୍ୟ ସରକାରଙ୍କୁ ଅବଗତ କରାଇବା କଥା । ନଚେତ ପ୍ରବାସୀ ଓଡିଆମାନେ ଅଚାନକ ଆସି ପହଁଞ୍ଚିଗଲେ ସେମାନଙ୍କୁ ସରକାରୀ ସୁବିଧା ମିଳିବା କଷ୍ଟକର ହେବ । ଅତଏବ ହଜାର ହଜାର ପ୍ରବାସୀ ଏବେ ବିନା ସୂଚନାରେ ରାଜ୍ୟ ଭିତରକୁ ପ୍ରବେଶ କରିବା ସ୍ପଷ୍ଟ ହୋଇଯାଇଛି । ଯଦି ଏହା ହୁଏ ତେବେ ରାଜ୍ୟରେ କରୋନା ସଙ୍କ୍ରମଣକୁ ରୋକିବା ସମ୍ଭବ ନୁହେଁ । ରାଜ୍ୟ ଏସଆରସି ପ୍ରବାସୀଙ୍କୁ ନିବେଦନ କରି କହିଛନ୍ତି , ସଚେତନ ନାଗରିକ ହିସାବରେ ପ୍ରଶାସନକୁ ଜଣାଇବା ପାଇଁ । ମାତ୍ର ପ୍ରଶ୍ନ ଉଠୁଛି ରାଜ୍ୟ ସରକାର , କେନ୍ଦ୍ର ସରକାର ଓ ରେଳ ବିଭାଗ ମଧ୍ୟରେ ଏ ସମନ୍ୱୟର ଅଭାବ କାହିଁକି ।

LEAVE A REPLY

Please enter your comment!
Please enter your name here