ଛତିଶଗଡ଼ର ଗାରିଆବନ୍ଦ ଜିଲ୍ଲାରେ ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୧୦ ଜଣ ନକ୍ସଲଙ୍କୁ ନିହତ କରିଛନ୍ତି। ନିହତ ନକ୍ସଲଙ୍କ ମଧ୍ୟରେ ଭୟଙ୍କର ନକ୍ସଲ କମାଣ୍ଡର ମନୋଜ ଓରଫ ମୋଡେମ ବାଲକୃଷ୍ଣ ମଧ୍ୟ ଅଛନ୍ତି। କୁହାଯାଉଛି ଯେ ନକ୍ସଲ କମାଣ୍ଡର ମନୋଜ ଓରଫ ମୋଡେମ ବାଲକୃଷ୍ଣଙ୍କ ଉପରେ ୧ କୋଟି ଟଙ୍କାର ପୁରସ୍କାର ଥିଲା। ଶୋଭା ଥାନା ଏବଂ ମୈନପୁର ଥାନା ଅଞ୍ଚଳର ଜଙ୍ଗଲରେ ସୁରକ୍ଷା ବାହିନୀ ଏହି ଅପରେସନ୍ କରିଛନ୍ତି। ଏବେ ବି ଏନକାଉଣ୍ଟର ଜାରି ରହିଛି। ରାୟପୁର ଅଞ୍ଚଳର ପୋଲିସ ମହାନିରୀକ୍ଷକ ଅମରେଶ ମିଶ୍ର କହିଛନ୍ତି ଯେ ମୈନପୁର ଅଞ୍ଚଳର ଜଙ୍ଗଲରେ ନକ୍ସଲମାନଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) କୋବ୍ରା ବାଟାଲିୟନ, ସ୍ପେଶାଲ ଟାସ୍କ ଫୋର୍ସ (STF) ଏବଂ ଜିଲ୍ଲା ବାହିନୀର ଏକ ମିଳିତ ଦଳକୁ ନକ୍ସଲ ବିରୋଧୀ ଅପରେସନ ପାଇଁ ପଠାଯାଇଥିଲା। ସେ କହିଛନ୍ତି ଯେ ଗୁରୁବାର ସକାଳଠାରୁ ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ମଝିରେ ମଝିରେ ଏନକାଉଣ୍ଟର ଚାଲିଛି।

LEAVE A REPLY

Please enter your comment!
Please enter your name here