ମହିଳା ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ । ସେ ପ୍ରଥମେ ଶିକ୍ଷୟିତ୍ରୀ ଥିଲେ । ପରେ ଶିକ୍ଷୟିତ୍ରୀ ଚାକିରୀ ଛାଡି ରାଜନୀତିରେ ସାମିଲ ହୋଇଥିଲେ । ରାଇରଙ୍ଗପୁରର କାଉନସିଲ ଭାବରେ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ ଦ୍ରୌପଦୀ ।୨୦୦୦ରୁ ୨୦୦୪ରେ ସେ ରାଇରଙ୍ଗପୁରରୁ ବିଜେପି ଟିକେଟରେ ବିଧାୟକ ହୋଇଥିଲେ । ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳରେ ସେ ଦୁଇଥର ମନ୍ତ୍ରୀ ହୋଇଥିଲେ । ପ୍ରଥମେ ବାଣିଜ୍ୟ ପରିବହନ ମନ୍ତ୍ରୀ ଏବଂ ପରେ ମତ୍ସ ପାଣି ସମ୍ପଦ ବିଭାଗର ମନ୍ତ୍ରୀ ହୋଇଥିଲେ । ୨୦୧୫ରେ ତାଙ୍କୁ ଝାଡଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ କେନ୍ଦ୍ର ସରକାର । ଏହି ପଦରେ ସେ ୨୦୨୦ ଯାଏଁ ଥିଲେ । ଏବେ ଦ୍ରୌପଦୀ ମୁର୍ମୁ ହୋଇଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ । ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପି ସଂସଦୀୟ ଦଳ ବୈଠକରେ ଦ୍ରୌପଦୀଙ୍କ ନାଁ ଘୋଷଣା କରାଯିବା ପରେ ପ୍ରେସମିଟରେ ସୂଚନା ଦେଇଥିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ରାଜ୍ୟରେ ଖୁସୀର ଲହରୀ ଖେଳିଯାଇଛି । ଆସନ୍ତା ୨୫ ତାରିଖରେ ଦ୍ରୌପଦୀ ନାମାଙ୍କନ ଦାଖଲ କରିପାରନ୍ତି । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବ ।

ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ଉଚ୍ଚଶିକ୍ଷା ଭୁବନେଶ୍ବରରେ ଥିଲା। ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟ, ରମାଦେବୀ ମହିଳା ମହାବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ ମୁର୍ମୁ ।

LEAVE A REPLY

Please enter your comment!
Please enter your name here