ଦିଲ୍ଲୀ ଏମ୍ସରେ ପୁରୀ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ବିଶେଷଜ୍ଞଙ୍କୁ ପଚାରି ବୁଝିଲେ ସ୍ୱାସ୍ଥ୍ୟବସ୍ଥା। ପ୍ରଭାତୀ ପରିଡ଼ା ଆଜି ଦିଲ୍ଲୀ ଏମ୍ସରେ ପୁରୀ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଛନ୍ତି। ପୀଡ଼ିତାଙ୍କୁ ଭେଟିବା ସହ ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କ ଠାରୁ ପଚାରି ବୁଝିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏଥିସହ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ସହ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଲୋଚନା କରିଛନ୍ତି। ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ଧୀରେ ଧୀରେ ସୁଧାର ଆସୁଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here