ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ଝାରସୁଗୁଡ଼ା ଗସ୍ତ କରିଛନ୍ତି । ଅମଲାପାଲିରେ ଆୟୋଜିତ ‘ସେବା ପକ୍ଷ’ ସମାରୋହରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିକାଶ ପ୍ରକଳ୍ପ ଭେଟି ଦେଇଛନ୍ତି । ସାରା ଭାରତରେ ୯୭,୫୦୦ରୁ ଅଧିକ ଦୂରସଞ୍ଚାର ଟାୱାର କାର୍ଯ୍ୟକ୍ଷମ କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ ଶିକ୍ଷା, ଦୂରସଞ୍ଚାର ଏବଂ ପରିବହନ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି । ମୋଟ ଓଡ଼ିଶା ପାଇଁ ମୋଟ୍ ୧୭ ଶହ କୋଟିର ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି । ସମ୍ବଲପୁର-ସରଲା ମଧ୍ୟରେ ୨୭୩ କୋଟିର ରେଲ୍ ଫ୍ଲାଇ ଓଭର ଓ କୋରାପୁଟ-ବାଇଗୁଡ଼ା ରେଲୱେ ଦେହରୀକରଣ ପାଇଁ ୪୮୧ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି । ସେହିପରି ବ୍ରହ୍ମପୁର- ସୁରତ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ ହୋଇଛି । ରାଜ୍ୟର ୧୩୦ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୱାଇ ଫାଇ ସୁବିଧା ପାଇଁ ୯୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି । ଏହା ଦ୍ୱାରା ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ ହେବେ । ୫୦ ହଜାର ଅନ୍ତ୍ୟୋଦୟ ଘର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି । ବୁର୍ଲା ଭୀମସାର ଓ ବ୍ରହ୍ମପୁର ଏମକେସିଜିକୁ ସୁପର ସ୍ପେଶାଲିଷ୍ଟ କରିବା ଯୋଜନା କରାଯାଇଛି ।













