ରାହୁଲଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ ଝଟକା । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଝାରସୁଗୁଡା ବିଧାୟକ ନବ ଦାସ । ପିସିସି କାର୍ଯ୍ୟକାରୀ ସଭାପତି, ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ପାଖକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ୨୪ରେ ବିଜେଡିରେ ଯୋଗ ଦେବେ ନବ ଦାସ । ବିଜେଡିରେ ଯୋଗଦେବା ନେଇ ଇସ୍ତଫା ପତ୍ରରେ ମଧ୍ୟ ଜଣାଇଛନ୍ତି ନବ । ନିରଞ୍ଜନ ପଟ୍ଟନାୟକଙ୍କ ସହ କିଛି ମତଭେବ ନଥିବା ସେ ସ୍ପଷ୍ଟ କରିଛନ୍ତି ।
ସୂଚନା ଅନୁସାରେ , ନବ କିଛିଦିନ ଧରି ଦଳୀୟ କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖୁଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସପରିବାର ଭେଟିବା ପରେ ସେ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ କଂଗ୍ରେସ ଛାଡି ସେ କୁଆଡେ ଯିବେ ନାହିଁ ବୋଲି ମଝିରେ ସଫେଇ ଦେଇଥିଲେ. ଏପରିକି ବିଜେଡିକୁ ଯ଼ିବା ନେଇ ହେଉଥିବା ଚର୍ଚ୍ଚାକୁ ଚର୍ଚ୍ଚାରେ ରହିବାକୁ ଦିଅ ବୋଲି ସେ କହିଥିଲେ. ଏମିତି ସଫେଇ ଦେବା ପରେ ନବ ଦାସ ପୁଣି ନିଜ କର୍ମୀ ଓ ସମର୍ଥକ ତାଙ୍କୁ ବିଜେଡିରେ ଯ଼ୋଗ ଦେବା ପାଇଁ ଚାପ ପକାଉଛନ୍ତି ବୋଲି କହିଥିଲେ. ତେବେ କଂଗ୍ରେସ ବିରୋଧରେ କୌଣସି ନକରାତ୍ମକ ଟିପ୍ପଣୀ ସେ ଦେଇ ନଥିଲେ. ଏବେ କଂଗ୍ରେସରୁ ଇସ୍ତଫା ଦେଇଥିବା ନବଙ୍କୁ ଦଳ ବହିଷ୍କାର କରିଛି. ଦଳର ଶୃଙ୍ଖଳା କମିଟି ଅଧ୍ୟକ୍ଷ ଅନନ୍ତ ସେଠୀ କହିଛନ୍ତି, ନବ ଦାସ ଦଳ ବିରୋଧୀ ମନ୍ତବ୍ୟ ଦେଇ ଆସୁଥିବାରୁ ଏବଂ ବିଶୃଙ୍ଖଳିତ ଆଚରଣ ପାଇଁ ଦଳରୁ ବହିଷ୍କାର କରାଯାଇଛି.

LEAVE A REPLY

Please enter your comment!
Please enter your name here