କଂଗ୍ରେସର ଚରମ ବିପର୍ଯ୍ୟୟ ପରେ ବି ସୁରଙ୍କ ଦମ୍ଭ ଭାଙ୍ଗିନି । ଦଳକୁ ତଳେ ପକାଇଦେଇ ନାହାନ୍ତି ସୁର । ରାଜ୍ୟରେ ଶଙ୍ଖ ଓ ପଦ୍ମର ହାଓା ଭିତରେ ଜଟଣୀରୁ ନିର୍ବାଚନ ଜିତିଥିବା ସୁର ରାଉତରାୟ କଂଗ୍ରେସ ପାଇଁ ବାତ୍ୟା ଆସିଥିଲା ବୋଲି କହିଛନ୍ତି । ବାତ୍ୟା ଫନି ମାଡରେ ଯେମିତି ଓଡିଶାର କିଛି ସ୍ଥାନର ସ୍ଥିତି ଖରାପ ହୋଇଥିଲା, କିନ୍ତୁ ପୁଣି ଥରେ ସବୁ ଠିକ୍ ଠାକ୍ ହୋଇଛି । କଂଗ୍ରେସର ଅବସ୍ଥା ବି ଠିକ୍ ସେମିତି ସୁଧୁରି ଯିବ ବୋଲି କହିଛନ୍ତି ସୁର । ରାହୁଲ ଓ ପିସିିସ ସଭାପତି ନିରଜଂନ ପଟ୍ଟନାୟକ ହିଁ ଆମର ନେତା ରହିବେ । ତାଙ୍କ ଇସ୍ତଫା ପତ୍ର ଆମେ ଗ୍ରହଣ କରିବୁନି । କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧୀଙ୍କୁ ଭେଟି ଅନୁରୋଧ କରିବୁ ସେ ନିରଜଂନ ପଟ୍ଟନାୟକଙ୍କୁ ପୁଣି ଥରେ ପିସିସି ସଭାପତି କରିବେ । କାରଣ ତାଙ୍କ ବିନା ଆଉ କେହି କଂଗ୍ରେସର ନେତୃତ୍ୱ ନେଇ ପାରିବେ ନାହିଁ । ଓଡିଶା କଂଗ୍ରେସର ଏ ପରିସ୍ଥିତି ପାଇଁ ନିରଜଂନଙ୍କୁ ଦାୟୀ କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । କଂଗ୍ରେସ ହାରିଛି ଦଳର କିଛି ନେତାଙ୍କ ପାଇଁ, ଯେଉଁମାନେ ସର୍ବଦା ଅନ୍ୟର ଗୋଡ ଟାଣୁ ଥିଲେ । ଟିକଟ ନେବା ପରେ ନିର୍ବାଚନ ନଲଢି ଟିକଟ ଫେରେଇଥିବା ନେତାମାନେ କଂଗ୍ରେସକୁ ହତ୍ୟା କରିଛନ୍ତି । ନବୀନଙ୍କ ବିଜେଡି ଓ ମୋଦିଙ୍କ ବିଜେପି ଓଡିଶାରେ ଅଜସ୍ର ଅର୍ଥ ଖର୍ଚ୍ଚ କରିଥିବା ବେଳେ ଆମ ପାଖରେଏତେ ଅର୍ଥ ନଥିଲା ବୋଲି କହିଛନ୍ତି ନିରଞ୍ଜନ ।