କେତେ ଭୟଙ୍କର ହୋଇପାରେ କରୋନା ଓ ତିନିମାସର କଅଁଳ ଶିଶୁକୁ ବି ଅଲଗା କରିଦେଇଛି ତା ମା’ ପାଖରୁ ଓ ମାଆର ମମତାରୁ ବଂଚିତ ଏହି କୁନି ଶିଶୁର ଏବେ ଯତ୍ନ ନେଉଛନ୍ତି ନର୍ସମାନେ ଓ ପିଲାଟି ସହ ଖେଳୁଛନ୍ତି ଆଉ ତାକୁ ଭୋକ କଲେ ତା ମୁହଁରେ କ୍ଷୀର ବଟଲ ବି ଲଗାଇ ଦେଉଛନ୍ତି । ଏବେ ଏହି ନର୍ସମାନେ ହିଁ ତାର ସବୁକିଛି । କାରଣ ଏହି ଶିଶୁ କନ୍ୟାଟି ଏବେ ତା ମା’ ଠାରୁ ସମ୍ଭୂର୍ଣ୍ଣ ଅଲଗା ରହୁଛି । ତେବେ ଏହା ପଛର କାରଣ ହେଉଛି ଛତିଶଗଡ ରାୟପୁର ଏମ୍ସରେ କରୋନା ଆକ୍ରାନ୍ତ ମାଆର ଚିକିତ୍ସା ଚାଲିଛି । ସୌଭାଗ୍ୟବସତ୍ୟ ତାଙ୍କର ଏହି ତିନି ମାସର ଝିଅଟି କୋଭିଡ କବଳରୁ ବର୍ତ୍ତିଯାଇଛି । କରୋନା ଆକ୍ରାନ୍ତ ହୋଇଥିବା ମହିଳାଙ୍କ ଦୁଇ ଶିଶୁଙ୍କ ମଧ୍ୟରୁ ଜଣେ ଘରେ ଥିବା ବେଳେ ଆଉ ଜଣଙ୍କୁ ନର୍ସମାନେ ଯତ୍ନର ସହ ରଖିଛନ୍ତି ଓ ଜନ୍ମ ଦେଇଥିବା ମା’କୁ ଭୂଲି ଏବେ ଏହି ନର୍ସମାନଙ୍କୁ ହିଁ ନିଜ ମା’ ବୋଲି ଭାବିଦେଇଛି ଏହି ଶିଶୁ ।