ପ୍ରଥମ ଥର ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତୋଳନ କରିଛନ୍ତି । ୭୪ ତମ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଅଭିବାଦନ ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରେଡ୍‌ରେ ମୁଖ୍ୟ ଅତିଥି ଭାବେ ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତାହ ଅଲ୍‌ ସିସି। ଏଥିସହ ପରେଡ୍‌ରେ ଇଜିପ୍ଟ ସୈନ୍ୟବାହିନୀର ଏକ ଅଂଶ ମଧ୍ୟ ଭାଗ ନେଇଛି। ଏଥିସହ ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଯୋଗ ଦେଇଛନ୍ତି। ହା ପରେ ପତାକା ଉତ୍ତୋଳନ କରିଥିଲେ ରାଷ୍ଟ୍ରପତି । ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱଦେଶୀ ତୋପରେ ୨୧ ସଲାମୀ ଦିଆଯାଇଥିଲା । ଭାରତରେ ପ୍ରସ୍ତୁତ ୧୦୫ ମିମି ଇଣ୍ଡିଆନ୍ ଫିଲ୍ଡ ଗନରେ ୨୧ ତୋପ ସଲାମୀ ଦିଆଯାଇଛି । ପୂର୍ବରୁ ବ୍ରିଟିଶ ଅମଳର ୨୫ ପାଉଣ୍ଡର ଆର୍ଟିଲେରୀର ବ୍ୟବହୃତ ହେଉଥିଲା ।

LEAVE A REPLY

Please enter your comment!
Please enter your name here